ପ୍ରେମିକା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ଝିଅ ପାଇଁ ଆରମ୍ଭ ହୋଇଥିବା ଝଗଡ଼ାର ଭୟାବହ ପରିଣାମ ଦେଖିବାକୁ ମିଳିଛି । ଜଣେ ସାଙ୍ଗ ନିଜ ସାଙ୍ଗକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦିଲ୍ଲୀର ପଟେଲ ନଗର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଏବେ ଫେରାର ଥିବା ନେଇ ସୂଚନା ମିଳିଛି ।

Image result for death
AI News

ସୂଚନା ମୁତାବକ, ମୃତ ଶୁଭମ ନିଜ ଶ୍ରେଣୀର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ସୋମବାର ସେହି ଯୁବତୀ ଶୁଭମଙ୍କ ସାଙ୍ଗ ଅମନଙ୍କ ସହ ଟିଉସନ୍‌ କ୍ଲାସ୍‌ ବାହାରେ ଠିଆ ହୋଇ କଥା ହେଉଥିବା ଦେଖି ଶୁଭମଙ୍କୁ ଆସି ତାଙ୍କର ଆଉ ଜଣେ ସାଙ୍ଗ ଜଣାଇଥିଲେ । ଯାହା ପରେ ଶୁଭମ ନିଜର ଦୁଇ ବନ୍ଧୁକୁ ନେଇ ଅମନଙ୍କ ସହ ଝଗଡ଼ା କରିବା ଆରମ୍ଭ କରି ଦେଇଥିଲେ । ଏହା ସହ ନିଜ ପ୍ରେମିକାକୁ ଡ଼ାକି ଅମନ ସହ କ’ଣ ପାଇଁ କଥା ହେଉଥିଲ ବୋଲି ମଧ୍ୟ ପଚାରିଥିଲେ । ତେବେ ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଅମନ ଶୁଭମଙ୍କୁ ବୁଧବାର ପଟେଲ ନଗରକୁ ଡ଼ାକିଥିଲେ । ଶୁଭମ ପହଞ୍ଚିବା ପରେ ଦୁହିଁଙ୍କ ମଧ୍ୟରେ ପୁଣି ବଚସା ଆରମ୍ଭ ହୋଇ ଯାଇଥିଲା । ଯାହା ପରେ ରାଗରେ ଅମନ ଧାରୁଆ ଛୁରୀରେ ଶୁଭମଙ୍କୁ ଆକ୍ରମଣ କରିଥିଲେ ।

ସମ୍ବନ୍ଧିତ ଖବର