ଜେଲରୁ ଫେରାର ହେବା ପାଇଁ ଧାରଣ କରିଥିଲା ଝିଅ ବେଶ, ଏହି ସାମାନ୍ୟ ଭୁଲ ପାଇଁ ଧରା ପଡ଼ିଲା

ବ୍ରାସିଲିଆ: ବ୍ରାଜିଲ୍‌ର ଜଣେ ୪୧ ବର୍ଷିଅ ଗ୍ୟାଙ୍ଗଷ୍ଟାର ନିଜ ଝିଅର ପୋଷାକ ପିନ୍ଧି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି।

ସୂଚନାଯୋଗ୍ୟ, ବ୍ରାଜିଲ୍‌ର ଗ୍ୟାଙ୍ଗଷ୍ଟାର କ୍ଲାଉବିନୋ ଦା ସିଲଓ୍ଵା ଓରଫ  ଶାର୍ଟି ରିୟୋ ଡି ଜେନିରୋର  ପଶ୍ଚିମାଞ୍ଚଳରେ ଥିବା ଏକ ଜେଲ୍‌ରେ ବନ୍ଦୀ ଥିଲା। ଜେଲରୁ ଫେରାର ହେବା ପାଇଁ ସେ ଏକ ନିଆରା ଉପାୟକୁ ଆପଣାଇଥିଲା। ତାର ୧୯ବର୍ଷର ଝିଅ ଶାର୍ଟିକୁ ଜେଲରେ ଭେଟିବାକୁ ଆସିଥିଲା। ଏହି ସମୟରେ ସେ ଝିଅ ଭଳି ବେଶଭୂଷାକୁ ଆପଣାଇ ଝିଅକୁ ଜେଲ୍‌ରେ ଛାଡ଼ି ନିଜେ ଫେରାର ହେବା ପାଇଁ ଉଦ୍ୟମ କରିଥିଲା। ଝିଅ ବେଶଭୂଷାରେ ଥିବା ଶାର୍ଟି ପୁଅ ଭଳି ଚାଲୁଥିବା ଦେଖି ପୁଲିସର ସନ୍ଦେହ ହୋଇଥିଲା।

ଏହାପରେ ପୁଲିସ ଶାର୍ଟିକୁ କାବୁ କରି ଯାଞ୍ଚ କରିବା ପରେ ସତ ଜାଣିବାକୁ ପାଇଥିଲା। ପୁଲିସ ଶାର୍ଟି ମୁହଁର ମାସ୍କ, ୱିଗ୍‌ ଓ ପୋଷାକ ଜବତ କରିବା ସହ ତାକୁ ଗିରଫ କରିଛି। ଏଥିସହ ଗ୍ୟାଙ୍ଗଷ୍ଟାରଙ୍କ ଝିଅ ଓ ଅନ୍ୟ ୭ଜଣଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର