ନବବଧୂ ସରବତରେ ନିଶା ମିଶାଇ ଶାଶୁଘର ଲୋକଙ୍କୁ ହସିହସି ପିଆଇଲା ! ତା’ପରେ କ’ଣ କଲା ଜାଣନ୍ତୁ

ଫିରୋଜାବାଦ: ଏହି ନବବଧୂ ଜଣକ ଶାଶୁଘରେ ଯେଭଳି କାରନାମା କରିଛନ୍ତି ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ନବବଧୂ ନିଜ ହାତରେ ସରବତ ବନାଇ ସମସ୍ତଙ୍କୁ ହସିହସି ପିଆଇ ଥିଲେ। ସରବତ ପିଇବାର କିଛି ସମୟ ପରେ ସମସ୍ତେ ଅଚେତ ହୋଇପଡ଼ିଥିଲେ। ଏହାପରେ ନବବଧୂ ଅଚେତ ହୋଇପଡ଼ିଥିବା ମହିଳାଙ୍କ ବେକ ଓ ହାତରୁ ସୁନାଗହଣା କାଢ଼ିବା ସହିତ ଘରେ ଥିବା ତିନି ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ତା’ପର ଦିନ ସକାଳେ ଯେତେବେଳେ ଫେରାର ହୋଇଥିବା ନବବଧୂଙ୍କ ଶାଶୁଘର ଲୋକଙ୍କ ଚେତା ଆସିଲା ସେମାନେ ସେତେବେଳେ ଯାଇ ଏହି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ସରବତରେ ନିଶାଦ୍ରବ୍ୟ ଖାଇଥିବାରୁ ସସସ୍ତଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା, ତେଣୁ ଚିକିତ୍ସା ପାଇଁ ଜିଲ୍ଲା ହସ୍‌ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି।

ଏହି ମାମଲାଟି ଉତ୍ତରପ୍ରଦେଶ ଫିରୋଜାବାଦ ଟୁଣ୍ଡଲା ଥାନା ଅଞ୍ଚଳରେ ଘଟିଛି। କୁହାଯାଉଛି କି, ଏଠାକାର ରାଜା ତାଲ ଗ୍ରାମର ରାକେଶ କୁମାରଙ୍କ ବିବାହ ଜେଲେସର ଗ୍ରାମର କରଧନିରେ ବସବାସ କରୁଥିବା ରୀତାଙ୍କ ସହିତ ଫେବ୍ରୁଆରି ମାସରେ ହୋଇଥିଲା।

ରାକେଶଙ୍କ କହିବାନୁସାରେ, ଏପ୍ରିଲ ୨୨ ତାରିଖରେ ରୀତା ଶାଶୁଘରକୁ ଆସିଥିଲେ। ରୀତା ଦିନେ ସନ୍ଧ୍ୟାରେ ଏକ ବିବାହ ଉତ୍ସବକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେ ସମସ୍ତଙ୍କୁ ସରବତ ବନାଇ ଦେଇ ଥିଲେ। କଥା ହୋଇ ହୋଇ ହସିହସି ସେ ସମସ୍ତଙ୍କୁ ସରବତ ପିଆଇ ଥିଲେ। ସରବତ ପିଇବା ପରେ ଘରେ ଥିବା ଛଅ ଜଣ ସଦସ୍ୟ ଅଚେତ ହୋଇପଡ଼ିଥିଲେ। ରୀତା ଛଅଜଣ ପିନ୍ଧିଥିବା ସମସ୍ତ ଗହଣା ଓ ଘରେ ଥିବା ନଗଦ ତିନିଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ପୁଲିସରେ ମାମଲା ମଧ୍ୟ ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର