ବିବାହ ମଝିରୁ ବାଥରୁମ ଯିବା ବାହାନାରେ ଫେରାର ହେଲେ କନ୍ୟା

ଭୋପାଳ : ମଧ୍ୟପ୍ରଦେଶରର ଭୋପାଳ ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ କନ୍ୟା ବିବାହ ମଝିରୁ ବାଥରୁମ ଯିବା ବାହାନରେ ଫେରାର ଘଟଣା ସମ୍ନାକୁ ଆସିଛି । ତେବେ ପୁଲିସ ଠାରେ ଯୁବତୀଙ୍କ ହଜିଯାଇଥିବା ମାମଲା ପରିବାର ପରିଜନ ରୁଜୁ କରିଥିବା ବେଳେ ଘଟଣାର ୪ ଦିନ ପରେ ପ୍ରେମିକଙ୍କ ସହ ଯୁବତୀ ଜଣ ପୁଲିସ ଷ୍ଟେଶନରେ ପହଞ୍ଚିଥିଲେ । ସେଠାରେ ଯୁବତୀ ଜଣଙ୍କ ବିବାହ ମଝିରୁ ଫେରାର ହେବାର କାରଣ ଉପରୁ ପରଦା ଉଠାଇଥିଲେ । ଆସନ୍ତୁ ଜାଣନ୍ତୁ କଣ ରହିଥିଲା ସମସ୍ତ ଘଟଣା ।

ଘଟଣା ମୁତାବକ , ଶାହାପୁର ଠାରେ ଏପ୍ରିଲ ୨୭ ତାରିଖ ଦିନ ରିତୁ ନାମକ ଜଣେ ଯୁବତୀଙ୍କର ବିବାହ ସିଦ୍ଧାର୍ଥଙ୍କ ସହିତ ହେଉଥିଲା । ଏହି ବିବାହ ପୂର୍ବରୁ ରିତୁଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ନିବନ୍ଧ ଭାଙ୍ଗିଥିଲା । ତେବେ ନିବନ୍ଧ ଭାଙ୍ଗିଥିଲେ ମଧ୍ୟ ରିତୁ ମନରେ ତାଙ୍କୁ ହିଁ ଭଲ ପାଉଥିଲେ। କିନ୍ତୁ ପରିବାର ବର୍ଗ ରିତୁଙ୍କର ବିବାହ ତାଙ୍କ ଇଛା ବିରୁଦ୍ଧରେ ସିଦ୍ଧାର୍ଥଙ୍କ ସହିତ କରିବା ପାଇଁ ଯାଉଥିଲେ । ଏଥିସହ ବିବାହର ଆରମ୍ଭ ସମୟରେ ମଧ୍ୟ ବରଯାତ୍ରୀ ମାନେ ମଦ୍ୟପାନ କରି ଅନେକ ପ୍ରକାରର ଝଗଡ଼ା କରିଥିବାର ମିଡ଼ିଆ ରିପୋର୍ଟ ଜଣାପଡ଼ିଥିଲା । ପରେ କିନ୍ତୁ ସମସ୍ତ ଝଗଡ଼ାକୁ ଶାନ୍ତ କରିବା ସହ ବିବାହର ରୀତିିନିତି ସହ କାର୍ଯ୍ୟକ୍ରମକୁ ବଢ଼ାଯାଇଥିଲା । ହଠାତ୍‌ କିନ୍ତୁ ଚତୁର୍ଥର୍ ଫେରା ବେଳକୁ ରିତୁ ଅଟକି ଯାଇ ତାଙ୍କୁ ବାଥରୁମ ଲାଗୁଥିବାର କହିଥିଲେ । ଏଣୁ ବିବାହ ମଝିରୁ ହିଁ ତାଙ୍କୁ ବାଥରୁମ ନିଆଯାଇଥିଲା କିନ୍ତୁ ବହୁ ସମୟ ହୋଇଥିଲେ ମଧ୍ୟ ରିତୁ ଫେରି ନଥିଲେ । ପରିବାର ଲୋକ ଦେଖିବାକୁ ଜଣାପଡ଼ିଥିଲା କି ରିତୁ ସେଠାରୁ ପଳାଇ ଯାଇଛନ୍ତି ।

hindi.oneindia.com

ବିବାହର ମଝିରୁ ଯୁବତୀ ପଳାଇଥିବାରୁ ସ୍ଥାନୀୟ ପୁଲିସ ଠାରେ ନିଖୋଜର ଏକ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଘଟଣାର ୪ ଦିନ ପରେ ଯୁବତୀ ଜଣଙ୍କ ପୂର୍ବରୁ ର୍ନିବନ୍ଧ ଭାଙ୍ଗିଥିବା ଯୁବକଙ୍କ ସହ ବିବାହ କରି ପୁଲିସ ଷ୍ଟେଶନରେ ପହଞ୍ଚିଥିଲେ । ସେଠାରେ ସେ ସମସ୍ତ ଘଟଣା ବିଷୟରେ ବର୍ଣ୍ଣନା କରିବା ସହ ନିଜ ପସନ୍ଦର ମଣିଷକୁ ବିବାହ କରିବାକୁ ସେ ଏପରି ପଦକ୍ଷେପ ନେଇଥିବାର କହିଥିଲେ ।

ସମ୍ବନ୍ଧିତ ଖବର