ସମ୍ପତ୍ତିିରୁ ଭାଗ ନେବାକୁ ଚାହିଁବାରୁ ଭଉଣୀର ଗୋଡ଼ ହାଣିଲା ଭାଇ

ଲାହୋର: ସମ୍ପତ୍ତିକୁ ନେଇ ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ଭୁଲି ଯାଇଛି ଭାଇ । ଭଉଣୀ ସମ୍ପତ୍ତିରୁ ଭାଗ ନେବାକୁ ଚାହିଁବାରୁ ଅଭିଯୁକ୍ତ ଭାଇ ନିଜ ଭଉଣୀର ଗୋଡ଼ ହାଣିଥିବା ଅଭିଯୋଗ ହୋଇଛି । ଏ ନେଇ ଏତଲା ଦିଆଯିବା ପରେ ଅଭିଯୁକ୍ତ ଭାଇକୁ ଖୋଜିବା ଆରମ୍ଭ କରିଛି ପୋଲିସ । ଏହି ଘଟଣାଟି ଖାନେଓ୍ଵାଲ ସହରରେ ଘଟିଥିବା ସୂଚନା ମିଳିଛି ।
ପୋଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଆହତ ହୋଇଥିବା ମହିଳା ଜଣଙ୍କ ବିବାହ ପରେ ନିଜ ପୈତୃକ ସମ୍ପତ୍ତିରୁ ଭାଗ ମାଗିଥିଲେ । ଏ କଥା ଶୁଣିବା ପରେ ମହିଳାଙ୍କ ଭାଇ ସଫା ସଫା ମନା କରି ଦେଇଥିଲେ । ବାପାଙ୍କ ସମ୍ପତ୍ତିିରେ କେବଳ ମୋ’ର ଭାଗ ଅଛି ବୋଲି କହିବା ସହ ପୀଡ଼ିତାଙ୍କୁ ଘରୁ ବାହାର କରି ଦେଇଥିଲେ । ଏତେ ଅପମାନ ସହି ନ ପାରିବାରୁ ପୀଡ଼ିତା ଜଣଙ୍କ ନିଜ ଭାଗ ପାଇବା ପାଇଁ କୋର୍ଟ ପର୍ଯ୍ୟନ୍ତ ଯିବେ ବୋଲି କହିଥିଲେ ।

Daily Times

ଏହା ଶୁଣିବା ପରେ ଅଭିଯୁକ୍ତ ଜଣଙ୍କ ରାଗରେ ନିଜ ଭଉଣୀର ଗୋଡ଼କୁ ହାଣି ଦେଇଥିଲେ । ଏହି ଘଟଣା ପରେ ଆହତ ମହିଳାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଅନ୍ୟ ଏକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ପୋଲିସକୁ ଏ ନେଇ ଡ଼ାକ୍ତରଖାନା ତରଫରୁ ଖବର ଦିଆଯିବା ପରେ ସେମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥବା, ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର