ବାରଙ୍ଗ : ବ୍ରାଉନ୍‌ସୁଗାର ସହ ଦମ୍ପତି ଗିରଫ

ବାରଙ୍ଗ : ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହୋଇଥିବା ଦମ୍ପତି ହେଲେ ସ୍ଥାନୀୟ ପଦାସାହି ଗ୍ରାମର ରମେଶ ଚନ୍ଦ୍ର ବେଉରା(୩୨) ଓ ତାଙ୍କ ପତ୍ନୀ ସୁକାନ୍ତି ବେଉରା(୨୬)। ପୁଲିସ ସେମାନଙ୍କ ଠାରୁ ୬ ଗ୍ରାମ ବ୍ରାଉନ୍‌ସୁଗାର, ୩୨୦ ଟଙ୍କା, ୩ଟି ମୋବାଇଲ ଫୋନ୍ ଓ ଏକ ପଲସର୍‌ ଗାଡ଼ି (ଓଡି୩୩କେ-୦୨୨୯) ଜବତ କରିଛି। ବାରଙ୍ଗ ରେଳଧାରଣା ପାର୍ଶ୍ବରେ ଏହି ଦମ୍ପତି ବ୍ରାଉନ୍‌ସୁଗାର ବେପାର କରୁଥିବା ଖବର ପାଇ ନନ୍ଦନକାନନ ଥାନା ପୁଲିସ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର