ରାଜଧାନୀରୁ ପୁଣି ୩୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଭାଇ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ରବିବାର ପୁଣିଥରେ ବ୍ରାଉନ ସୁଗାର ଜବତ ହୋଇଛି। ଏହି ଘଟଣାରେ ପୁଲିସ ୨ ଭାଇଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡ଼ା ବସ୍ତିରୁ ବ୍ରାଉନ ସୁଗାର ଜବତ ହୋଇଛି। ପୁଲିସ ମଝିସାହିର ପ୍ରକାଶ ପ୍ରଧାନଙ୍କ ୨ ପୁଅ ପ୍ରଦୀପ ପ୍ରଧାନ(୨୪) ଓ ରବୀନ୍ଦ୍ର ପ୍ରଧାନ(୧୯)କୁ ଗିରଫ କରିଛି।

ଚଢ଼ାଉ ସମୟରେ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଏହାର ବଜାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ବେଆଇନ କାରବାର ସହିତ ସଂପୃକ୍ତ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିବା ସହିତ ଏକ ବାଇକ(ଓଡ଼ି ୦୨ ଏଆର ୮୩୦୦) ଜବତ କରିଛି। ସୂଚନାଯୋଗ୍ୟ ଯେ, ହଳଦୀପଡ଼ା ଅଞ୍ଚଳରେ ବ୍ୟାପକ ଭାବେ ବ୍ରାଉନ ସୁଗାର କାରବାର ହେଉଛି। ମଝିରେ ମଝିରେ ଅଭିଯୁକ୍ତମାନେ ଗିରଫ ମଧ୍ୟ ହେଉଛନ୍ତି। ତଥାପି ଏହା ନିୟନ୍ତ୍ରଣ ଆସୁନାହିଁ।

ସମ୍ବନ୍ଧିତ ଖବର