୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିପଡ଼ିଆ ବସ୍ତ ବ୍ରାଉନ୍‌ସୁଗାର ଓ ଅନ୍ୟୃାନ୍ୟ ନିଶା ଚୋରା କାରବାର କରୁଥିବା ବେପାରିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଆଜି ଅବକାରୀ ବିଭାଗର ୪ଟି ଟିମ୍‌ ହଳଦିପଡ଼ିଆ ବସ୍ତିରେ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୦୦ ଗ୍ରାମ ଓଜନର ବ୍ରାଉନ୍‌ ସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୧୦ ଳକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ହଳଦିପଡ଼ିଆ ବସ୍ତିରେ ରହୁଥିବା ବିଧାନ ଜୟଦେବ ଓ ରାହୁଲ ମହାନ୍ତି ବ୍ରାହଉନ୍‌ ସୁଗାର ଆଣି ଚୋରା କାରବାର କରୁଥିବା ଠୋସ ସୂଚନା ପାଇ ଆଜି ଅବକାରୀ ବିଭାଗର ୪ଟି ଟିମ୍‌ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ପାଖରୁ ୧୦୦ ଗାମ ଓଜନର ବ୍ରାଉନ୍‌ ସୁଗାର ଜବତ କରାଯାଇଛି।

ସମ୍ବନ୍ଧିତ ଖବର