ଦିଲ୍ଲୀରେ ଗଣଅାତ୍ମହତ୍ୟା କରିଥିବା ପରିବାର ଝିଅର ମାଙ୍ଗଳିକ ଦୋଷ ଯୋଗୁଁ ଚିନ୍ତିତ ଥିଲେ: କ୍ରାଇମ୍‌ ବ୍ରାଞ୍ଚ୍‌

0 544

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ିରେ ଗଣଅାତ୍ମହତ୍ୟା କରିଥିବା ଭାଟିଆ ନିବାସରୁ କ୍ରାଇମ୍‌ ବ୍ରାଞ୍ଚ୍‌ ଏବଂ ଦିଲ୍ଲୀ ପୁଲିସ ଅଧିକ କାଗଜପତ୍ର ଏବଂ ଡାଏରି ଜବତ କରି ଜାଣିବାକୁ ପାଇଛି ଯେ ବର୍ଷ ଶେଷକୁ ବାହା ହେବାକୁ ସ୍ଥିର ହୋଇଥିବା ପରିବାରର ମୁରବି  ନରାୟଣ ଦେବୀଙ୍କ ୩୩ ବର୍ଷୀୟା ନାତୁଣୀ ପ୍ରିୟଙ୍କା ଥିଲେ ଜଣେ ମାଙ୍ଗଳିକ।
କ୍ରାଇମ୍‌ ବ୍ରାଞ୍ଚ୍‌ ରିପୋର୍ଟ ଅନୁସାରେ, ପ୍ରିୟଙ୍କାଙ୍କ ପାଇଁ ଉପଯୁକ୍ତ ପାତ୍ର ପାଇବା ନିମନ୍ତେ ସେ ପରିବାର ପ୍ରଥମେ ବହୁ ଅସୁବିଧାରେ ସମ୍ମୁଖୀନ ହେବା ପରେ ନାରାୟଣ ଦେବୀଙ୍କ ପୁଅ ଲଳିତ ଭାଟିଆ ଘରେ ହୋମ କରିଥିଲେ। ସେଥିରେ କୁଆଡ଼େ ତାଙ୍କ ଦିବଗଂତ ପିତା ଯୋଗ ଦେଇଥିବା କଥା ସେ କହିଥିଲେ।

ପରେ ପରେ ପ୍ରିୟଙ୍କାଙ୍କ ପାଇଁ ପରିବାର ବର ପାତ୍ର ପାଇ ଜୁନ ୧୭ ତାରିଖରେ ନିର୍ବନ୍ଧ କରାଇଥିଲେ।

ମଙ୍ଗଳବାର ଦିନ ପୁଲିସ ଭାଟିଆ ନିବାସରୁ ମୋକ୍ଷ, ଶୂନ୍ୟ ଏବଂ ଦିଅଁଙ୍କୁ ସନ୍ତୁଷ୍ଟ କରିବା ଆଦି ସଂକ୍ରାନ୍ତରେ ତୃତୀୟ ରେଜିଷ୍ଟର୍‌ ପାଇଥିଲେ। ୨୦୦୮ରେ ଲିପିବଦ୍ଧ ହୋଇ ଥିବା କେତକ ଅବନ୍ଧା କାଗଜ ମଧ୍ୟ ପୁଲିସ ପାଇଥିଲା। ବାପାଙ୍କ ମୃତ୍ୟୁ ପରେ ଲଳିତ ଭାଟିଆ ଅଧ୍ୟାତ୍ମିକତା ଆଡ଼କୁ ଢଳି ଥିବାର ସେଥିରୁ ସୂଚନା ମିଳୁଛି।

ଲଳିତଙ୍କ ଅଫିସ ତଲାସ କରି ପୁଲିସ କେତେକ ରେଜିଷ୍ଟର୍‌ ଓ ଘରୁ ପିଲାଙ୍କ ଖାତା ଏବଂ ଡାଏରି ପାଇଛି। ଘରୁ ପୁଲିସ ୨୦ରୁ ଅଧିକ ରେଜିଷ୍ଟର୍‌ ପାଇଥିବାର ଖବର ଆସିଛି।

ଏଥିରେ କୌଣସି ବାବାଙ୍କର ଭୂମିକା ନ ଥିବା କଥା ପୁଲିସ କହିଛି।

କ୍ରାଇମ୍‌ ବ୍ରାଞ୍ଚ୍‌ କହୁଛି କି ଲଳିତ ଦୈନିକ ତିନି ବେଳା ସପରିବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିଲେ। ପରିବାରର ସମସ୍ତ ସଦସ୍ୟ ଲଳିତଙ୍କ ନିର୍ଦେଶାନୁସାରେ ପୁଜାପାଠ କରନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.