ମୁହଁରେ କପଡ଼ା ଦେଇ ସବୁଦିନ କରୁଥିଲେ ଦୁଷ୍କର୍ମ, ଗୋଡ଼ ଧରି ନେହୁରା ହେଲା ପରେ ବି ଛାଡ଼ିଲେନି: ନାବାଳିକାଙ୍କ ଲୋମଟାଙ୍କୁରା ବୟାନ

ବୁରାହନ୍‌ପୁର: ମଧ୍ୟପ୍ରଦେଶର ବୁରାହନ୍‌ପୁର ଜିଲ୍ଲା ପିପରାନା ଗ୍ରାମରେ ଜଣେ ନାବାଳିକାକୁ ବନ୍ଧକ ରଖି ଦୁଷ୍କର୍ମ କରାଯିବା ଘଟଣା ସାମ୍ନାକୁ ଆସିଛି। ନାବାଳିକା ଜଣଙ୍କୁ ୧୫ ଦିନ ପୂର୍ବେ ଏକ ବିବାହ ଉତ୍ସବରୁ ଗ୍ରାମର ସରପଞ୍ଚ ବାଇକ୍‌ ଯୋଗେ ଅପହରଣ କରି ବିବାହ ଉତ୍ସବରୁ ଦୁଇ କିଲୋମିଟର ଦୂରରେ ଏକ କଠୋରୀ ମଧ୍ୟରେ ବନ୍ଧକ ରଖି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଜଣେ ସ୍ଥାନୀୟ ନାବାଳିକାଙ୍କ ଚିତ୍କାର ଶୁଣିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ନାବାଳିକାଙ୍କ ବୟାନ ଅନୁଯାୟୀ , ବୁରାହନ୍‌ପୁର ଜିଲ୍ଲା ପିପରାନା ଗ୍ରାମରେ ୧୫ ଦିନ ପୂର୍ବେ ସରପଞ୍ଚ ଧ୍ୟାନ ସିଂଙ୍କ ଭଣଜାଙ୍କର ବିବାହ ଥିଲା । ସେଠାକୁ ମୁଁ ମୋର ମା’ଙ୍କ ସହ ଯାଇଥିଲି । ସେଠାରେ ଧ୍ୟାନ ସିଂ ମତେ ଝିଅ ଟିକେ ଶୁଣ କହି ଡ଼ାକିଥିଲେ । ମୁଁ ତାଙ୍କ ପାଖରେ କିଛି କାମ ଥିବ ଭାବି ଗଲା ବେଳକୁ ସେ ମୋ ପାଟିରେ ହାତ ଦେଇ ହଠାତ୍‌ ବାଇକ୍‌ରେ ବସାଇ ନେଇଯାଇଥିଲେ। ମୁଁ ଚିତ୍କାର କରିବାରୁ ସେମାନେ ମୋ ପାଟିରେ କପଡ଼ା ପୁରାଇ ଦେଇଥିଲେ । ତାଙ୍କ ସହିତ ତାଙ୍କର ଦୁଇ ଭଣଜା ନସରିଆ ଏବଂ ରାମଲାଲ ମଧ୍ୟ ଥିଲେ । ମତେ ଗୋଟେ କଠୋରୀରେ ବନ୍ଦ ରଖିବା ସହ ଯଦି ମୁଁ ପାଟିକରେ ତେବେ ମତେ ଜୀବନରୁ ମାରିଦେବା ଧମକ ଦେଇଥିଲେ । ମତେ ସବୁଦିନ ମାରପିଟ୍‌ କରିବା ସହ ବାରମ୍ବାର ମୋ ସହ ଖରାପ କାମ କରୁଥିଲେ । ମୁଁ ତାଙ୍କ ଗୋଡ଼ ଧରି ଛାଡ଼ିଦିଅ ବୋଲି ନେହୁରା ହେଲେ ମଧ୍ୟ କିଛି କଥା ଶୁଣି ନ ଥିଲେ । ମୁଁ କାନ୍ଦୁଥିଲି ଏବଂ ଚିତ୍କାର କରୁଥିଲି, ଯାହାଫଳରେ ବାହାର ଲୋକ ମୋ ସ୍ୱର ଶୁଣି ମତେ ରକ୍ଷା କରିବା ପାଇଁ ଆସିବେ । ’

The News Freedom

ନାବାଳିକାଙ୍କ ଚିତ୍କାର ଶୁଣି ଗ୍ରାମରେ ଜଣେ ମହିଳା ସନ୍ଦେହରେ ନାବାଳିକାଙ୍କ ପରିବାର ଏବଂ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନାବାଳିକାଙ୍କ ଭାଇ ଏବଂ ସଂପର୍କୀୟ ପହଞ୍ଚିବା ସହ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଠିକ୍‌ ସେହି ସମୟରେ ସରପଞ୍ଚ ଏବଂ ତାଙ୍କର ଦୁଇ ଭଣଜା ପହଞ୍ଚିବା ସହ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନାବାଳିକାଙ୍କ ବୟାନ ରେକର୍ଡ କରିଥିଲା । ମାରପିଟରେ ଆହତ ୪ ଜଣଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ଅନ୍ତର୍ଗତ ଦୁଷ୍କର୍ମ , ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସ୍ଥାନୀୟ ପୁଲିସ୍‌ ।

ସମ୍ବନ୍ଧିତ ଖବର