ପ୍ରଦ୍ୟୁମ୍ନ ପରିବାର ନିକଟରେ ଆମେ ଚିରଋଣୀ: ବସ କଣ୍ଡକ୍ଟରଙ୍କ ମା’

ର‍୍ୟାନ୍‌ ଛାତ୍ର ହତ୍ୟା ମାମଲା

ଗୁରୁଗ୍ରାମ: ର‍୍ୟାନ୍‌ ଛାତ୍ର ହତ୍ୟା ମାମଲାରେ ଅସଲ ଅଭିଯୁକ୍ତ ଧରା ପଡ଼ିବା ପରେ କୌଣସି ଅପରାଧ ନ କରି ବି ପୁଲିସ ଦ୍ୱାରା ହତ୍ୟାକାରୀ ଘୋଷିତ ହୋଇଥିବା ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କ ମୁକ୍ତି ପାଇଁ ଏବେ ସିବିଆଇ ତତ୍ପରତା ପ୍ରକାଶ କରିଛି। ଅଶୋକଙ୍କ ପରିବାର ସଦସ୍ୟଙ୍କୁ ଏବେ ଏହି ମାମଲାରେ ଆଶ୍ୱସ୍ତି ମିଳିଛି। ପ୍ରଦ୍ୟୁମ୍ନଙ୍କ ମା’ କେଲା ଦେବୀ ନିଜ ପୁଅ ନିର୍ଦ୍ଦୋଷ ଖବର ଶୁଣି ଭାବବିହ୍ଵଳ ହୋଇପଡ଼ିଛନ୍ତି। ତେବେ ଏଥିଲାଗି ସେ ପ୍ରଦ୍ୟୁମ୍ନର ବାପା ବରୁଣ ଠାକୁରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ବରୁଣ ଠାକୁର ତାଙ୍କ ନିଜ ପୁଅକୁ ହରାଇ ଦେଲେ, କିନ୍ତୁ ମୋ ପୁଅନ୍ତୁ ସେ ରକ୍ଷା କରିଦେଲେ। ଏଥିଲାଗି ସେ ବରୁଣଙ୍କ ପରିବାର ନିକଟରେ ଚିରଋଣୀ ବୋଲି କହିଛନ୍ତି। ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ଗୁରୁଗ୍ରାମ୍‌ ପୁଲିସ ବସ୍‌ କଣ୍ଡକ୍ଟର ଅଶୋକଙ୍କୁ ଗିରଫ କରି ତାଙ୍କୁ ହିଁ ହତ୍ୟାକାରୀ ଭାବେ ଦର୍ଶାଇଥିଲେ। ତେବେ ପୁଲିସର ଏହି କଥାରେ ବରୁଣ ଆଦୌ ସହମତ ହୋଇନଥିଲେ ଏବଂ ସିବିଆଇ ତଦନ୍ତ ଦାବିରେ ଅଟଳ ରହିଥିଲେ। ଫଳରେ ଆଜି ଅସଲ ହତ୍ୟାକାରୀ ଧରା ପଡ଼ିଛି ବୋଲି କେଲା ଦେବୀ କହିଛନ୍ତି। ତେବେ ଅଶୋକ ନିର୍ଦ୍ଦୋଷ ବୋଲି ଅଶୋକଙ୍କ ପରିବାର ସଦସ୍ୟ ବାରମ୍ବାର ପୁଲିସକୁ କହିଥିଲେ ମଧ୍ୟ ପୁଲିସ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଅଶୋକଙ୍କ ମା’ଙ୍କ କହିବା ଅନୁଯାୟୀ ପରିବାର ଚଳାଇବା ପାଇଁ ସେ ବହୁ ସଂଘର୍ଷ କରିଛନ୍ତି। ଏବେ ଅଶୋକଙ୍କ ଦୁଇ ପୁଅ ମଧ୍ୟ ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ଗୁଜରାଟର ଘାମରୋଜ୍‌ ଗାଁରେ ଅଶୋକ କୁମାରଙ୍କ ପତ୍ନୀ, ଦୁଇ ପୁଅ ଏବଂ ମା’ ରହୁଛନ୍ତି।

ସମ୍ବନ୍ଧିତ ଖବର