‘ଦଙ୍ଗଲ୍‌’ ଅଭିନେତ୍ରୀ ଜାଇରା ଓ୍ଵାସିମ୍‌ଙ୍କ ପ୍ରତି ଅସଦାଚରଣ କରିଥିବା ବ୍ୟବସାୟୀ ଗିରଫ

ମୁମ୍ବାଇ: ଅଭିନେତ୍ରୀ ଜାଇରା ଓ୍ଵାସିମ୍‌ଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗରେ ରବିବାର ଦିନ ଜଣେ ୩୯ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଶନିବାର ରାତିରେ ସେ ଦିଲ୍ଲୀ-ମୁମ୍ବାଇ ବିମାନରେ ଯାତ୍ରା କରୁଥିବାବେଳେ ଅସଦାଚରଣ ଉଦ୍ୟମର ସରବ୍ୟ ହୋଇଥିଲେ।

ଗିରଫ ବ୍ୟକ୍ତିଙ୍କ ନାମ ବିକାଶ ସଚଦେବ। ସୋମବାର ଦିନ ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି ପୁଲିସ ଡେପୁଟି କମିସନର୍‌ ଅନୀଲ କୁମ୍ଭାରେ କହିଛନ୍ତି। ମୁମ୍ବାଇର ଏକ ମନୋରଞ୍ଜନ କମ୍ପାନିରେ ବିକାଶ ହେଉଛନ୍ତି ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ। ସେ ନିୟମିତ ବିମାନ ଯାତ୍ରା କରନ୍ତି। ଅଭିଯୁକ୍ତଙ୍କୁ ସାହାର ପୁଲିସ ଠାବ କରି ରବିବାର ସନ୍ଧ୍ୟାରେ ଅଟକ ରଖିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।

ଆଇପିସିର ସେକ୍‌ସନ୍‌ ୩୫୪ ଏବଂ ପିଓସିଏସ୍‌ଓ ଆଧାରରେ ସଚଦେବଙ୍କୁ ଗିରଫ କରାଯାଇଛି। ପ୍ରକାଶଯୋଗ୍ୟ କି, ଅଭିନେତ୍ରୀ ଜଣକ ଜଣେ ନାବାଳିକା। ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଭିଡିଓ ଜରିଆରେ ଜାଇରା ନିଜର ଦୁଃଖ କାହାଣୀ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର