ବକେୟା ଟଙ୍କା ନେବାକୁ ଆସିବା ମହଙ୍ଗା ପଡ଼ିଲା, ଦୁଷ୍କର୍ମ କରି ଦେହଜୀବୀଙ୍କ ମେଳରେ ଛାଡ଼ି ଦେଲେ ବ୍ୟବସାୟୀ

ମୁମ୍ବାଇ : ମୁମ୍ବାଇର ନାଗପାଡ଼ାରେ ପୁଲିସ ଜଣେ ୨୭ବର୍ଷୀୟ ବ୍ୟବସାୟୀଙ୍କୁ ଗିରଫ କରିଛି । ନିଜର ଜଣେ ପୂର୍ବ କର୍ମଚାରୀଙ୍କ ସହ ଦୁଷ୍କର୍ମ କରି ପରେ ତାଙ୍କୁ ଦେହ ବ୍ୟବସାୟୀଙ୍କ ପାଖରେ ଛାଡ଼ିଥିଲେ ଅଭିଯୁକ୍ତ । ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କୁ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ପରେ ତାଙ୍କୁ ଦେହଜୀବିଙ୍କ ପାଖରେ ଛାଡ଼ି ଦେଇଥିଲେ । ତେବେ ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

बकाया देने के बहाने बुलाया
oneindia.com

ସୂଚନା ମୁତାବକ, ଅଭିଯୁକ୍ତ ସହ ପୀଡ଼ିତା କାମ କରୁଥିବା ବେଳେ କିଛି ଦିନ ତଳେ ସେ ଚାକିରି ଛାଡ଼ିଥିଲେ । ଯାହା ପରେ ସେ ନିଜର ବାକିଥିବା ଟଙ୍କାକୁ ନେବା ପାଇଁ ଅପିଲ କରିଥିଲେ । ଅଭିଯୁକ୍ତ ଟଙ୍କା ଦେବାକୁ ରାଜି ହେବା ସହ ପୀଡ଼ିତାଙ୍କୁ ଅନ୍ଧେରୀ ମେଟ୍ରୋ ଷ୍ଟେସନକୁ ଡ଼ାକିଥିଲେ । ପୀଡ଼ିତା ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କୁ ସ୍କୁଟରରେ ବସି କିଛି ବାଟ ଯିବାକୁ କହିଥିଲେ । କିଛି ବାଟ ଯିବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ମଦ ପିଇବା ପାଇଁ ପ୍ରସ୍ତାବ ଦେଇଥିଲେ । ମଦ ପିଇ ଅଚେତ ହୋଇଯିବା ପରେ ରାତି ପ୍ରାୟ ୧ଟା ୩୦ମିନିଟ୍‌ରେ ପୀଡ଼ିତା ନିଜକୁ ଏକ ହୋଟେଲ ରୁମ୍‌ ଭିତରେ ପାଇଥିଲେ । ଚେତା ଫେରିବା ପରେ ଅଭିଯୁକ୍ତ ପୁଣି ଥରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ନିଶା ଦେଇ ତାଙ୍କୁ ଅଚେତ କରି ଦେଇଥିଲେ । ପରଦିନ ପୀଡ଼ିତା ନିଜକୁ ଦେହଜୀବିଙ୍କ ପାଖରେ ପାଇବା ସହ ପୂରା ଘଟଣା ବୁଝି ପାରିଥିଲେ । ଅଭିଯୁକ୍ତର ଚାଲ୍‌ ବୁଝି ପୀଡ଼ିତା ସେଠାରୁ ଖସି ଆସି ପୁଲିସରେ ଅଭିଯୋଗ କରିଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର