ତିନି ଦୁର୍ବୃତ୍ତ ବନ୍ଧୁକମୁନରେ ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୭୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନାରାୟଣାଠାରେ ତିନି ଜଣ ଲୁଟେରା ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୭୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

୪୦ ବର୍ଷ ବୟସ୍କ ଏହି ବ୍ୟବସାୟୀ ଜଣକ ହେଉଛନ୍ତି କସିସ୍‌ ବନ୍‌ସାଲ୍‌। ସେ ରୋହିଣୀରେ ରହନ୍ତି। କସିସ୍‌ କାର୍‌ରେ ଗୁରୁଗ୍ରାମ ଯାଉଥିବା ବାଟରେ ଏପରି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ପୁଲିସ୍‌ କହିବା ଅନୁଯାୟୀ, କସିସ୍‌ ରୋହିଣୀରୁ ଗୁରୁଗ୍ରାମ ଯିବା ବାଟରେ ୩ ଜଣ ଅପରାଧୀ ଏକ ବାଇକ୍‌ରେ ଆସି ତାଙ୍କ କାର୍‌ ଅଟକାଇଥିଲେ।

ବ୍ୟବସାୟୀ କସିସ୍‌ ନିଜ କାର୍‌ ଡିକିରେ ଟଙ୍କା ରଖିଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଟଙ୍କା ଦେବା ପାଇଁ ଧମକାଇ ଥିଲେ। ବାଧ୍ୟ ହୋଇ ବ୍ୟବସାୟୀ ଜଣକ ନିଜ ଜୀବନ ବଞ୍ଚାଇବା ପାଇଁ ଟଙ୍କା ଦେଇ ଦେଇଥିଲେ।

ପୁଲିସ୍‌ ସନ୍ଦେହ କରୁଛି ଯେ ଏହି ଘଟଣା କେହି ଜଣେ ଜଣାଶୁଣା ବ୍ୟକ୍ତି ହିଁ ଘଟାଇଛି। କେହି ଜଣେ ଜାଣିଥିଲା ଯେ କସିସ୍‌ଙ୍କ କାର୍‌ରେ ମୋଟା ଅଙ୍କର ଟଙ୍କା ରହିଛି। କେହି ଜଣେ ପରିଚିତ ଲୋକ ଲଗାଇ ଏପରି କାର୍ଯ୍ୟ କରିଥିବା ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର