୬ଟା ମିସ୍‌ଡ୍‌ କଲ୍‌ ପରେ ବ୍ୟାଙ୍କ ଖାତାରୁ ଉଡ଼ିଗଲା ୨କୋଟି ଟଙ୍କା? ଜାଣନ୍ତୁ ପୂରା ମାମଲା

ମୁମ୍ବାଇ: ଜନୈକ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ହଠାତ୍‌ ୨କୋଟି ଟଙ୍କା ଉଡ଼ିଯିବା ଘଟଣା ଏବେ ମୁମ୍ବାଇରେ ଚର୍ଚ୍ଚାର ବିଷୟ ପାଲଟିଛି । ସିମ୍‌ ସ୍ୱାପିଙ୍ଗ ଜରିଆରେ ହୋଇଥିବା ବ୍ୟାଙ୍କ ଖାତାରୁ ୨କୋଟି ଟଙ୍କା ଉଠା ଯାଇଥିବା ଜଣା ପଡ଼ିଛି । ମୁମ୍ବାଇରେ ରହୁଥିବା ଜଣେ ବ୍ୟବସାୟୀ ବି ଶାହଙ୍କ ପାଖକୁ ୨୭-୨୮ଡ଼ିସେମ୍ବର ରାତିରେ ଦୁଇଟି ଅଲଗା ନମ୍ବରରୁ ୬ଟି ମିସ୍‌ଡ୍‌ କଲ ଆସିଥିଲା । ଯାହାର କିଛି ସମୟ ପରେ ଶାହାଙ୍କ ଆକାଉଣ୍ଟରୁ ୨କୋଟି ଟଙ୍କା କଟିଯିବାର ମେସେଜ୍‌ ଆସିଥିଲା । ମେସେଜ ଦେଖିବା ପରେ ୨କୋଟି ଟଙ୍କା ୧୪ଟି ଅଲଗା ଅଲଗା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ସେ ଜାଣି ପାରିଥିଲେ ।

aajtak.intoday.in

ଶାହାଙ୍କ କହିବା ଅନୁଯାୟୀ, ଯେଉଁ ନମ୍ବରରୁ ତାଙ୍କୁ ଫୋନ ଆସିଥିଲା, ସେ ନମ୍ବରର ଆରମ୍ଭରେ ବ୍ରିଟେନ୍‌ର କୋଡ୍‌ +୪୪ ରହିଥିଲା । ଯାହା ପରେ ଶାହା ସେହି ନମ୍ବରକୁ ଫୋନ କରିବା ପରେ ଫୋନ ବନ୍ଦ ଆସିଥିଲା । ସନ୍ଦେହ କରି ବ୍ୟାଙ୍କକୁ ଯାଇ ଦେଖିବା ପରେ ତାଙ୍କ ଆକାଉଣ୍ଟରୁ ୨କୋଟି ଟଙ୍କା ଅଲଗା ଅଲଗା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ବ୍ୟାଙ୍କ ୨୦ଲକ୍ଷ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଥିଲା । ବାକି ଟଙ୍କା ଅଭିଯୁକ୍ତମାନେ ଆକାଉଣ୍ଟରୁ ଉଠାଇ ନେଇଥିବାରୁ ତାହା ଫେରି ପାରି ନଥିଲା । ଯାହା ପରେ ଶାହା ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ । ଶାହାଙ୍କ ୟୁନିକ୍‌ ସିମ୍‌ ନମ୍ବର ଜାଣିବା ପରେ ଅଭିଯୁକ୍ତମାନେ ଏପରି କରିବାରେ ସଫଳ ହୋଇଥିବା ସନ୍ଦେହ କରୁଛି ପୁଲିସ ।

ସମ୍ବନ୍ଧିତ ଖବର