ଅଶ୍ଳୀଳ ଭିଡିଓ ଦେଖିବା ପରେ ୫ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କଲା ମଦ୍ୟପ ଟ୍ୟାକ୍ସି ଡ୍ରାଇଭର

ନୋଇଡ଼ା: ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ଏକ ଲୋମଟାଙ୍କୁରା ଅପରାଧ। ଜନୈକ ଟ୍ୟାକ୍ସି ଡ୍ରାଇଭର ଅଶ୍ଳୀଳ (ପର୍ଣ୍ଣ) ଭିଡିଓ ଦେଖିବା ପରେ ଜନୈକା ୫ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ ପରେ ତାକୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଛି।

ଗାଜିଆବାଦ ଥାନା ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ଦୀପକ ଠାକୁର ଆଗ୍ରାରେ ଥିବା ପୀଡ଼ିତାଙ୍କ ଘରେ ଭଡ଼ା ରହୁଥିଲା। ଗତ ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ ତା’ ରୁମ୍‌ ଭିତରେ ମଦ୍ୟପାନ କରିବା ସହ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିଲା। ଏହି ସମୟରେ ଏଲ୍‌କେଜି ଶ୍ରେଣୀରେ ପଢ଼ୁଥିବା ୫ ବର୍ଷ ବୟସ୍କା ନାବାଳିକା ପୀଡ଼ିତା ଜଣକ କୌଣସି କାରଣ ପାଇଁ ଅଭିଯୁକ୍ତର ରୁମ୍‌ ମଧ୍ୟକୁ ଯାଇଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଦୀପକ ନାବାଳିକାଟିକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ତେବେ, ଅସହ୍ୟ ଯନ୍ତ୍ରଣାରେ ସାହାଯ୍ୟ ପାଇଁ ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଦୀପକ ଡରିଯାଇ ତା’ର ତଣ୍ଟି ଚିପି ହତ୍ୟା କରିଥିଲା।

ପରେ ନାବାଳିକାର ମୃତ ଶରୀରକୁ ଏକ ପ୍ଲାଷ୍ଟିକ୍‌ ଅଖାରେ ଭର୍ତ୍ତି କରି ପାଖରେ ରହହୁଥିବା ଅନ୍ୟ ଜଣେ ପଡ଼ୋଶୀଙ୍କ ଛାତ ଉପରକୁ ଫୋପାଡ଼ି ଦେଇ ଫେରାର ହୋଇ ଯାଇଥିଲା। ପରେ, ନାବାଳିକାଟିକୁ ତା’ ପରିବାର ଲୋକେ ଖୋଜି ନପାଇବାରୁ ଗାଜିଆବାଦ ଥାନାରେ ଏକ ନିଖୋଜ ରିପୋର୍ଟ ଆଗତ କରିଥିଲେ। ପରେ, ପୁଲିସ୍‌ ଘଟଣାର ତଦନ୍ତ କରି ନାବାଳିକାର ମୃତହେଦକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦୀପକକୁ ଗିରଫ କରିଥିଲା। ଗିରଫ ହେବା ପରେ ଅଭିଯୁକ୍ତ ଦୀପକ ପୁଲିସ୍‌ ନିକଟରେ ନିଜ ଦୋଷ ସ୍ୱୀକାର କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର