ପବ୍‌ରେ ବନ୍ଧୁତ୍ୱ ସ୍ଥାପନ ପରେ ଘରକୁ ଡାକି ନେଇ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: କ୍ରମଶଃ ରାଜଧାନୀ ଦିଲ୍ଲୀ ବିଦେଶିନୀଙ୍କ ଲାଗି ଅସୁରକ୍ଷିତ ହେବାରେ ଲାଗିଛି। ପୁଣି ଜଣେ ବିଦେଶୀ ମହିଳାଙ୍କୁ ନୂଆଦିଲ୍ଲୀରେ ଦୁଷ୍କର୍ମ କରାଯାଇଛି। କାନାଡାରୁ ଭାରତ ଆସିଥିବା ଜନୈକ ମହିଳାଙ୍କୁ ମଙ୍ଗଳବାର ରାତିରେ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ଦିଲ୍ଲୀର ହଉଜଖାସ୍‌ ଅଞ୍ଚଳରେ ଥିବା ଏକ ପବ୍‌ରେ ଅଭିଷେକ ନାମକ ବ୍ୟକ୍ତିଙ୍କ ସହ ବନ୍ଧୁତା ହେବା ପରେ ମହିଳା ନିମନ୍ତ୍ରଣ କ୍ରମେ ତାଙ୍କ ଘରକୁ ଯାଇଥିଲେ। ସେଠାରେ ଅଭିଷେକ ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।।

କାନାଡୀୟ ମହିଳାଙ୍କ ଠାରୁ ଅଭିଯୋଗ ପାଇବା ପରେ ପୁଲିସ ଦୁଷ୍କର୍ମ ଅଭିଯୁକ୍ତ ଅଭିଷେକଙ୍କୁ ଗିରଫ କରିଛି। ମହିଳା ଜଣକ ଦୁଷ୍କର୍ମ ପରେ ଚିକିତ୍ସା ଲାଗି ଏମ୍‌ସ ଯାଇଥିଲେ। ସେଠାରେ ସେ ପୁଲିସକୁ ତାଙ୍କ ସହ ଘଟିଥିବା ଅଘଟଣ ସଂପର୍କରେ ସୂଚନା ଦେବା ସହ ଲିଖିତ ଅଭିଯୋଗ ଦେଇଥିଲେ। ଏକ ଦୁଷ୍କର୍ମ ମାମଲା ରୁଜୁ କରି ପୁଲିସ୍‌ ଅଧିକ ତଦନ୍ତ ଆରମ୍ଭ କରିଛି।

Times of India

ରାଜଧାନୀ ଦିଲ୍ଲୀ କ୍ରମଶଃ ମହିଳାମାନଙ୍କ ଲାଗି ଅସୁରକ୍ଷିତ ହେବାରେ ଲାଗିଛି। ନିକଟରେ ଇଂଲଣ୍ଡରେ ଏକ ବେସରକାରୀ ସଂଗଠନ ଦ୍ୱାରା କରାଯାଇଥିବା ବିଶ୍ୱବ୍ୟାପୀ ସର୍ଭେରୁ ଜଣାଯାଇଛି କି ଭାରତରେ ମହିଳାମାନେ ସର୍ବାଧିକ ଅସୁରକ୍ଷିତ । ମହିଳାଙ୍କ ଉପରେ ଯୌନ ଉତ୍ପୀଡନ ଭଳି ଘଟଣା ଭାରତରେ ସର୍ବାଧିକ ସଂଖ୍ୟାରେ ଘଟିଛି।

ସମ୍ବନ୍ଧିତ ଖବର