ଟୋଲ ଗେଟ୍‌ରେ ଅଟକିବାକୁ କହିବାରୁ କର୍ମଚାରୀଙ୍କୁ ଚଳନ୍ତା ଗାଡ଼ି ସହ ଘୋଷାଡି ନେଲେ ଚାଳକ: ଭିଡିଓ ଦେଖନ୍ତୁ

0

ଗୁରୁଗ୍ରାମ: ଗୁରୁଗ୍ରାମ ଟୋଲ ପ୍ଲାଜାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁରୁଗ୍ରାମ ଟୋଲ ପ୍ଲାଜାରେ ଜଣେ କାର ଚାଳକ ଟୋଲ କର୍ମଚାରୀଙ୍କୁ ନିଜ କାରର ବନେଟରେ ପକାଇ ଘୋଷାଡି ନେଇଥିବା ସେଠାରେ ଲାଗିଥିବା ସିସିଟିଭ୍‌ ଫୁଟେଜ ଜରିଆରେ ଦେଖିବାକୁ ମିଳୁଛି।

ଏହି କର୍ମଚାରୀ ଜଣକ ଉକ୍ତ କାର ଚାଳକଙ୍କୁ କେବଳ ଟୋଲ ପ୍ଲାଜାରେ ଅଟକିବାକୁ କହିଥିଲେ। କିନ୍ତୁ ଚାଳକ ଉକ୍ତ କର୍ମଚାରୀଙ୍କ କୌଣସି କଥା ନଶୁଣି ଗାଡ଼ିକୁ ଆଗକୁ ବଢ଼ାଇ ନେଇଥିଲେ। କର୍ମଚାରୀ ଜଣକ ଚାଳକଙ୍କ ଗାଡ଼ି ଆଗକୁ ମାଡି ଯାଉଥିବା ଦେଖି ସେ ସାମ୍ନାରୁ ହଟି ନ ପାରି ତାଙ୍କ ଗାଡ଼ି ବନେଟକୁ ଧରି ନେଇଥିଲେ। ଏହାପରେ ଚାଳକ ବନେଟ ଧରିଥିବା  କର୍ମଚାରୀଙ୍କ ସହ ଗାଡ଼ି ଆଗକୁ ଚଳାଇ ଥିଲେ।

ପୀଡିତ କର୍ମଚାରୀ ଏହି ଘଟଣା ବିଷୟରେ କହିଛନ୍ତି, କାର ଚାଳକ ୧୦୦କିଲୋମିଟର ପ୍ରତି ଘଣ୍ଟା ବେଗରେ ମୋତେ ନିଜ କାର ବନେଟରେ ୫-୬କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ। କାର ଚାଳକ କହିଥିଲେ ତୁ କଣ ମୋର ଗାଡ଼ିକୁ ଅଟକାଇବୁ, ପୁଲିସ ବି ମୋର ଗାଡ଼ିକୁ ଅଟକାଇ ପାରେ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.