କାର୍‌ରୁ ଚୋରି, ଜଣେ ଗିରଫ

ଭୁବନେଶ୍ବର: କାର୍‌ରୁ ବ୍ୟାଟେରି ଓ ସାଉଣ୍ଡ ସିଷ୍ଟମ୍ ଚ‌ୋରି କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ବେଗୁନିଆ ଛତ୍ରପୁର ଅଞ୍ଚଳର ଆଲୋକ ରଂଜିତ(୨୧)କୁ ଗିରଫକରିଛି। ଆଲୋକ ଏଠାରେ ଖାରବେଳନଗର ୟୁନିଟ୍‌-୯ ଅଞ୍ଚଳରେ ରୁହେ। ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଆଲୋକ ଲକ୍ଷ୍ମୀସାଗର ଖାନ୍‌ ଚିକେନ୍‌ ସେଣ୍ଟର ଅଞ୍ଚଳରେ ଥିବା ତିନୋଟି କାର୍‌ ଡୋର୍‌ ଭାଙ୍ଗି ବ୍ୟାଟେରି ଓ ସାଉଣ୍ଡ ସିଷ୍ଟମ୍‌ ନେଇ ଯାଇଥିଲା। ପରଦିନ ସକାଳୁ ଏହା ଜଣାପଡ଼ିବା ପରେ କାର୍‌ ମାଲିକ ଦେବାଶିଷ ଦାସ ଏ ସଂପର୍କରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସେଠାରେ ଥିବା ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତକୁ ଚିହ୍ନଟ ପରେ ଆଜି ତାକୁ ଗିରଫ କରିଥିଲା। ମାଳିସାହିରେ ଥିବା ଏକ ଦୋକାନୀକୁ ଆଲୋକ ସମସ୍ତ ଜିନିଷ ବିକ୍ରି କରିଥିବା ମାନିଥିଲା। ହେଲେ ଦୋକାନ ବନ୍ଦ ଥିବାରୁ କୌଣିସ ଜିନିଷ ଜବତ କରାଯାଇପାରି ନାହିଁ।

ସମ୍ବନ୍ଧିତ ଖବର