ବିଜେପିର ଦୁଇ କାର୍ଯ୍ୟକର୍ତ୍ତା ଉପରେ ଦୁଷ୍କର୍ମ ଅଭିଯୋଗ, ପୀଡିତା କହିଲେ, ଦୁଇବର୍ଷ ହେବ କରୁଥିଲେ ଯୌନଶୋଷଣ

ଭୋପାଲ: ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ଦୁଇଜଣ ସ୍ଥାନୀୟ ନେତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ଫେରାର ଅଛି ବୋଲି ପୁଲିସ ଅଧିକାରୀ ଜିପି ଅଗ୍ର୍ରଓ୍ଵାଲ ସୂଚନା ଦେଇଛନ୍ତି।

ପୁଲିସ ଅଧିକାରୀ ଜିପି ଅଗ୍ର୍ରଓ୍ଵାଲଙ୍କ କହିବାନୁସାରେ, ଭାରତୀୟ ଜନତା ପାର୍ଟର ଏସସି ସେଲର ସଦସ୍ୟ ରାଜା ରାମ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର କେନ୍ଦ୍ର ଚଳାଉଥିଲା। ୨୦୧୬ରେ ସେ ପୀଡିତାଙ୍କୁ ଚାକିରି ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। କେବଳ ଏତିକି ନୁହେଁ ଧମକଚମକ ଦେଇ ନିଜ ସାଙ୍ଗ ମୁକେଶ ଦ୍ୱାରା ବି ପୀଡତାକୁ ଦୁଷ୍କର୍ମ କରାଇଥିଲା। ଦୁଇବର୍ଷ ହେବ ସେ ଏପରି କରି ଆସୁଥିଲା ବୋଲି ପୀଡିତା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତ ରାମର ସାଙ୍ଗ ମୁକେଶ ଠାକୁର ଏବେ ଫେରାର ରହିଛି। ପୁଲିସ ତାକୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର