ପୁଣି ଥରେ କାଷ୍ଟିଙ୍ଗ କାଉଚ୍‌ର ଶିକାର ହେଲେ ମହିଳା, ଅଭିଯୋଗ ପରେ ଫିଲ୍ମ ନିର୍ମାତାଙ୍କୁ ଗିରଫ କଲା ପୁଲିସ

କୋଲକାତା: ଏଭଳି ଖବର ଆଗରୁ ଅନେକ ଥର ଆସି ସାରିଛି । ଏଇ କିଛି ଦିନ ମଧ୍ୟରେ କାଷ୍ଟିଙ୍ଗ୍‌ କାଉଚ୍‌କୁ ନେଇ ଅନେକ ଅଭିନେତ୍ରୀ ମୁହଁ ଖୋଲିଥିଲେ ମଧ୍ୟ ଏହି ସମସ୍ୟା ଦୂର ହେବାର ନାଁ ନେଉ ନାହିଁ । ପଶ୍ଚିମବଙ୍ଗରେ ପୁଣି ଏକ କାଷ୍ଟିଙ୍ଗ କାଉଚ୍‌ର ମାମଲା ସାମ୍ନାକୁ ଆସିଛି । ଜଣେ ଫିଲ୍ମ ନିର୍ମାତା ଜନୈକା ମହିଳାଙ୍କୁ ନିଜ ଫିଲ୍ମରେ ହିରୋଇନ୍‌ କରିବା ପାଇଁ ତାଙ୍କ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି ।

Huffington Post

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କୋଲକାତାର ଅର୍ଣ୍ଣବ ରାୟ ନାମକ ଜଣେ ଫିଲ୍ମ ନିର୍ମାତା ପୀଡ଼ିତାଙ୍କୁ ହିରୋଇନ୍‌ କରିବା ପାଇଁ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅର୍ଣ୍ଣବ ରାୟଙ୍କ ପୁଅ ଏବଂ ପୀଡ଼ିତାଙ୍କ ଝିଅ ଗୋଟେ ସ୍କୁଲରେ ପଢ଼ୁଥିବା ହେତୁ ପୀଡ଼ିତା ଅର୍ଣ୍ଣବଙ୍କ ସଂସ୍ପର୍ଶରେ ଆସିଥିଲେ । କିଛି ଦିନ କଥା ହେବା ପରେ ତାଙ୍କୁ ଫିଲ୍ମରେ ହିରୋଇନ୍‌ କରିବାର ଅଫର ଦେଇଥିଲେ ଅର୍ଣ୍ଣବ । ପୀଡ଼ିତା ରାଜି ହେବା ପରେ ହିରୋଇନ୍‌ କରିବାର ଲୋଭ ଦେଖାଇ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ଅର୍ଣ୍ଣବ । ଏଥି ପାଇଁ ସେ ମନା କରିବାରୁ ତାଙ୍କ ସହ ଜୋର ଜବରଦସ୍ତ କରିବା ପାଇଁ ସେ ଚେଷ୍ଟା ମଧ୍ୟ କରିଥିଲେ । ଶେଷରେ ଅନ୍ୟ କିଛି ବାଟ ନ ପାଇ ପୀଡ଼ିତା ପୁଲିସର ସାହାରା ନେଇଥିଲେ । ଏତଲା ପାଇଁ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର