ଧରାପଡ଼ିଲା ପାଣି ପମ୍ପ୍‌ ଚୋର ଗ୍ୟାଙ୍ଗ୍‌ ୬ ପାଣି ପମ୍ପ୍‌ ଜବତ, ୭ ଗିରଫ

ବାରଙ୍ଗ: ପାଣି ପମ୍ପ ଚୋର ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ବାରଙ୍ଗ ଥାନା ପୁଲିସ ଗିରଫ କରିବା ସହିତ ସେମାନଙ୍କଠାରୁ ୬ଟି ଚୋରା ବୋର୍‌ୱେଲ ପାଣି ପମ୍ପ ଜବତ କରିଛି। ସୋମବାର ପାଟପୁର ଗ୍ରାମ ନିକଟ ସୋଲାର୍‌ ପ୍ଲାଣ୍ଟ୍‌ରୁ ୨ଟି ପାଣି ପମ୍ପ୍‌ ଚୋରି ହୋଇଥିବା ନେଇ ଜଣେ କର୍ମଚାରୀ ରମାକାନ୍ତ ଲେଙ୍କା ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ କରୁଥିବା ବେଳେ ଚୋରିରେ ସଂପୃକ୍ତ ପାଟପୁର ଗ୍ରାମର ବାପୁ ସାମଲ (୨୦), ନିର ଓରଫ ନିରଞ୍ଜନ ସାମଲ (୩୧), ରାଜୁ ମାଝୀ (୨୭), ଶିବାନୀ ଜେନା (୨୦), ବନ୍ଧୁଆ ଓରଫ ସୁର୍ଯ୍ୟକାନ୍ତ ନାୟକ (୩୨), ଟିନା ଓରଫ ତ୍ରିନାଥ ସାମଲ (୩୦) ଓ କୃଷ୍ଣଚନ୍ଦ୍ରପୁର ଗ୍ରାମର କୁନା ଓରଫ ସୂର୍ଯ୍ୟ କୁମାର ସାହୁ (୩୦)ଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୩ଟି ସମରସେବୁଲ, ଗୋଟିଏ ଡିଜେଲ୍‌ ଚାଳିତ ଓ ୨ଟି ଟୁଲୁ ପମ୍ପ ଜବତ କରିଥିଲା। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ଅନେକ ଅପରାଧିକ ମାମଲାରେ ସାମିଲି ଥିବା ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର