ନକଲି ଡିଏସ୍‌ପି ବନି ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଘରେ ରହିଲେ, ହୋଟେଲକୁ ନେଇ କଲେ ଦୁଷ୍କର୍ମ

ଭୋପାଲ: ଭୋପାଳର ଜଣେ ଯୁବତୀଙ୍କ ସହିତ ଏଭଳି ପ୍ରତାରଣାପୂର୍ଣ୍ଣ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭୋପାଳରେ ବସବାସ କରୁଥିବା ୨୪ବର୍ଷୀୟ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ଜଣେ ବ୍ୟକ୍ତି ସେ ଡିଏସ୍‌ପି ଓ ସିବିଆଇ ଏଜେଣ୍ଟ ବୋଲି ଦାବି କରିଥିଲେ। ଏହାପରେ ଯୁବକ ଜଣକ ଯୁବତୀଙ୍କୁ କଥାବର୍ତ୍ତା ହେବା ପାଇଁ ଡାକି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଶେଷରେ ସେ ଜଣେ ନକଲି ଡିଏସ୍‌ପି ଓ ସିବିଆଇ ବୋଲି ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଯାଞ୍ଚ ଅଧିକାରୀ ଏସ୍‌ଆଇ ଆର ପି ସିଂହଙ୍କ କହିବାନୁସାରେ, ଅଭିଯୁକ୍ତ ସମୀର ଅନଓ୍ଵର ଖାନ୍‌ ବାରାଣାସୀର ବୋଲି ଜଣାପଡ଼ିଛି। ସମ୍ପ୍ରତି ସେ ଥାଣେରେ ବସବାସ କରୁଥିଲା। ସମୀର ଜଣେ ଏମ୍‌ଟେକ୍‌ ଛାତ୍ର।

ପୀଡିତ ଅନିତା(ଛଦ୍ମନାମ)ଅଭିଯୋଗ କରି କହନ୍ତି, ‘ପିତା ଅନ୍‌ଲାଇନ୍‌ ବୈବାହିକ େଓ୍ଵବସାଇଟ୍‌ରେ ତିନିମାସ ପୂର୍ବରୁ ମୋର ଏକ ପ୍ରୋଫାଇଲ ତିଆରି କରିଥିଲେ। େଓ୍ଵବସାଇଟ୍‌ରୁ ସମୀରଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ସମୀର ତାଙ୍କ ପ୍ରୋଫାଇଲରେ ଡିଏସ୍‌ପି ତଥା ସିବିଆଇ ଏଜେଣ୍ଟ ବୋଲି ସୂଚିତ କରିଥିଲେ। ତାଙ୍କର ଅଙ୍କଲ ମୋର ପିତାଙ୍କୁ ଡାକି ସମୀରଙ୍କ ସିହିତ ପରିଚୟ କରାଇଥିଲେ। ଦୁଇଟି ପରିବାର କଥାବର୍ତ୍ତା ପରେ ସମୀରଙ୍କ ସହିତ ମୋର ବିବାହ ସ୍ଥିତ ହୋଇଥିଲା।

ଅକ୍ଟୋବର ୨୨ ତାରିଖ ଦିନ ସମୀର ଭୋପାଲ ଆସି ଲାଲଘାଟିସ୍ଥିତ ଏକ ହୋଟେଲରେ ରହିଥିଲା। ମୋ ସହିତ ଦେଖା କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତେଣୁ ମୁଁ ବି ତାଙ୍କୁ ମୋର ଭାବି ସ୍ୱାମୀ ହେବା ବିଶ୍ୱାସରେ ହୋଟେଲକୁ ଯାଇଥିଲି। ପୁଣିଥିରେ ସେ ନଭେମ୍ବରରେ ଭୋପାଳ ଆସି ସମାନ ହୋଟେଲରେ ରହିଥିଲେ। କାଜିକୁ ଡକାଇ ବିବାହ କରିବେ ବୋଲି କହିଥିଲେ। କେବଳ ଏତିକି ନୁହେଁ ସେ ୟୁପିଏସ୍‌ସି ପରୀକ୍ଷାରେ ସେ ସଫଳ ହୋଇଛନ୍ତି ଏବଂ ଆପିଏସ୍‌ ପାଇଁ ତାଙ୍କର ଚୟନ ହୋଇଯାଇଛି ବୋଲି ବି କହିଥିଲେ। ଆଇପିଏସ୍‌ ଆକାଦମୀର ପ୍ରଶିକ୍ଷଣ ଥିବାରୁ ତାଙ୍କୁ ହାଇଦ୍ରାବାଦ ଯିବାର ଅଛି ବୋଲି କହି ମୋ ପାଖରୁ ୨ଲକ୍ଷ ଟଙ୍କା ମଧ୍ୟ ନେଇ ଯାଇଥିଲେ। କିଛିଦିନ ପରେ ସମୀର ପୁଣି ଭୋପାଳ ଆସି ଆମ ଘରେ ରହିଥିଲେ। ଅନେକଦିନ ରହିବା ପରେ ମୋର ପରିବାର ବର୍ଗ ସମୀରଙ୍କୁ ତାଙ୍କ ପରିବାରଲୋକଙ୍କୁ ଡକାଇବା ପାଇଁ କହିଥିଲେ। ହେଲେ ସମୀର ତାଙ୍କ ପରିବାର ଲୋକଙ୍କୁ ଡକାଇ ନଥିଲେ। ଏହାପରଠାରୁ ସନ୍ଦେହ ଜାତ ହୋଇଥିଲା।

ସମୀର ତାଙ୍କ ପିତାଙ୍କ ଏକ କପଡ଼ା ବ୍ୟବସାୟ ଅଛି, ତାଙ୍କ କାକା ମୁମ୍ବାଇ ଆତଙ୍କବାଦୀ ବିରୋଧୀର ଦଳର ଏକ ବରିଷ୍ଠ ପୁଲିସ ଅଧିକାରୀ ଏବଂ ତାଙ୍କ ପରିବାର ଅନେକ ସଦସ୍ୟ ନ୍ୟାୟପାଳିକାରେ ଅଛନ୍ତି ବୋଲି ବି କହିଥିଲେ। ସେ ଘରୁ ବାହାରିବା ସମୟରେ ତାଙ୍କୁ ଖାକି ପୋଷାକ ପରିଧାନ କରିବାକୁ ବାରଣ କରାଯାଇଇଥାଏ । କାରଣ ସେ ଜଣେ ଗୁଇନ୍ଦା ବିଭାଗ ଅଧିକାରୀ। କେବଳ କୌଣସି ବୈଠକକୁ ଗଲେ ହିଁ ପୋଷାକ ପିନ୍ଧି ଥାଆନ୍ତି ବୋଲି କହିଥିଲେ। ଯେତେବେଳେ ପରିବାର ଲୋକ୍‌ ସମୀରଙ୍କୁ ବିବାହ ପଞ୍ଜିକରଣ କରିବାକୁ କହିଥିଲେ ସେ ବାରଣ କରି ଦେଇଥିଲେ। ଏହା ପରେ ଆମେ ପୁଲିସକୁ ଫୋନ୍‌ କରି ସମସ୍ତ କଥା ଜଣାଥିଲୁ।

ପୁଲିସ ଘଟଣାର ତଦନ୍ତ କରି ସମୀରଙ୍କ ସମସ୍ତ କଥା ଏକ ପରିକଳ୍ପିତ ଷଡଯନ୍ତ୍ର ଥିଲା। ସେ ଯାହାବି କହିଛନ୍ତି ସବୁକିଛି ମିଥ୍ୟା ଥିଲା ବୋଲି ପୁଲିସ ଅଧିକାରୀ କହିଥିଲେ। ସମୀରଙ୍କଠାରୁ ଖାକି ପୋଷାକ ସହିତ ଡିଆଇଜି ରେଙ୍କ ଅଧିକାରୀଙ୍କ ଏକ ସଙ୍କେତ ଓ ସିବିଆଇର ତିନିଟି ସିଲ୍‌ ମଧ୍ୟ ତାଙ୍କ ପାଖକୁ ଜବତ କରାଇଛି।

ସମ୍ବନ୍ଧିତ ଖବର