ନିର୍ମଳ ଇନ୍‌ଫ୍ରା ଚିଟ୍‌ଫଣ୍ଡ ଠକେଇ ଘଟଣା : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର : ନିର୍ମଳ ଇନ୍‌ଫ୍ରା ହୋମ୍‌ କର୍ପୋରେସନ୍ସ ଚିଟ୍‌ଫଣ୍ଡ ଠକେଇ ଘଟଣାରେ ଆଜି ସିବିଆଇ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରିଛି। ସେ ହେଲେ, ନିରଞ୍ଜନ ସକ୍‌ସେନା। ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ଜେରା ପରେ ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ଖାରଜ ବେହରୁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

ସୂଚନା ମୁତାବକ, ଦୁଇଗୁଣ ଟଙ୍କା ଫେରସ୍ତର ଲୋଭ ଦେଖାଇ ସଂସ୍ଥା ଓଡ଼ିଶା ସ‌େମତ ପଡ଼ୋଶୀ ରାଜ୍ୟର ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ନେଇଥିିଲା। ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଖା ଖୋଲି ଲୋକମାନଙ୍କୁ ଜାଗା, ଘର, ପୁଞ୍ଜିନିବେଶର ଦୁଇଗୁଣ ଅର୍ଥ ଫେରାଇବା ଆଦି ବିଭିନ୍ନ ଲୋଭନୀୟ ସ୍କିମ୍‌ ଦେଖାଇ ପ୍ରାୟ ୪୩୩ କୋଟି ଟଙ୍କା ଠକି ନେଇଥିଲା। ପ୍ରକାଶ ଥାଉ କି, ପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖରେ ସିବିଆଇ ସଂସ୍ଥାର ସିଏମ୍‌ଡି ଆଶିଷ ଚୌହ୍ବାନ ଓ ଜେନେରାଲ୍ ମ୍ୟାନେଜର୍‌ ଅଭିଷେକ ସିଂ ଚୌହ୍ବାନଙ୍କୁ ଗିରଫ କରିଥିଲା। ଗତ ଜୁନ୍ ୩୦ରେ ସିବିଆଇ ସଂସ୍ଥାର ୧୧ଜଣଙ୍କ ନାମ‌େର ସ୍ବତନ୍ତ୍ର ସିବିଆଇ କୋର୍ଟ‌ରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଅଭିଯୁକ୍ତମାନେ ସିଧାସଳଖ ଠକେଇରେ ସଂପୃକ୍ତ ଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର