ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ୍‌ କମିସନର୍‌ ସିବିଆଇ ଦ୍ୱାରା ଆସନ୍ତାକାଲି ଗିରଫ ହୋଇପାରନ୍ତି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଅତି ଘନିଷ୍ଠ ଭାବେ ଜଣାଶୁଣା ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା କୋଲକାତା ପୁଲିସ୍‌ କମିସନର୍‌ ରାଜୀବ କୁମାର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ଦ୍ୱାରା ଗିରଫ ହୋଇପାରନ୍ତି । ଗତ ୩ ଦିନ ହେଲା ତାଙ୍କର ଦେଖା ମିଳିନାହିଁ ।

ସାରଦା ଏବଂ ରୋଜ ଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ପୁଲିସ୍‌ କମିସନର୍‌ ରାଜୀବ କୁମାର କରୁଥିଲେ। ଏବେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ତାଙ୍କୁ ସନ୍ଦେହ କରି ସେ କରିଥିବା ଯାଞ୍ଚ୍‌ର ଦସ୍ତାବିଜ୍‌ ଚାହିଁଛି। ରାଜ୍ୟରେ ହୋଇଥିବା ଏହି ଦୁଇ ଚର୍ଚ୍ଚିତ ଦୁର୍ନୀତି ମାମଲାର ତଦନ୍ତ କରିବା ପାଇଁ ଗଠିତ ହୋଇଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି)ର ସେ ନେତୃତ୍ୱ ନେଉଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତଦନ୍ତ ଖୁବ୍‌ ମାନ୍ଦା ପଡ଼ି ଯାଇଥିଲା। ତଦନ୍ତରେ ଚଞ୍ଚକତା ହୋଇଥିବା ସିବିଆଇ ସନ୍ଦେହ କରୁଛି। ତେବେ ଗତ ୩ ଦିନ ହେବ ରାଜୀବ କୁମାର ଦେଖା ଦେଇ ନାହାନ୍ତି।ଏପରିକି ସେ ନିର୍ବାଚନ କମିସନ୍‌ ବୈଠକରେ ବି ଅନୁପସ୍ଥିତ ଥିଲେ।

ଉଲ୍ଳେଖଯୋଗ୍ୟ, ନିକଟ ଅତୀତରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତି ଥିବା ସନ୍ଦେହ କରି ସିବିଆଇ ବଙ୍ଗଳା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମୋହତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର