ନାବାଳିକାକୁ ଦୁର୍ବୃତ୍ତ ମାଡ଼ ମାରୁଥିବା ଦୃଶ୍ୟ ସିସିଟିଭିରେ କଏଦ!

ମୁମ୍ବାଇ: ମୁମ୍ବାଇର କୁର୍ଲ-ନେହରୁ ଅଞ୍ଚଳରେ ଜଣେ ମହିଳାଙ୍କୁ ବାଡୋଉଥିବା ଅବସ୍ଥାର ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ଜଣେ ନାବାଳିକାଙ୍କୁ ମାଡ଼ ମାରୁଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଇମ୍ରାନ ସାହିଦ ସୈଖ। ମଙ୍ଗଳବାର ଦିନ ଶ୍ୟାମଜୀବୀ ନଗରର ଏସ୍‌ଆର୍‌ଏ ବିଲ୍‌ଡିଙ୍ଗ୍‌ ସମ୍ମୁଖରେ ଏପରି ଘଟଣା ଘଟିଥିବା ଜାଣିବାକୁ ମିଳିଛି।

ଅଭିଯୋଗ ହୋଇଛି ଯେ ୧୪ ବର୍ଷୀୟ ନାବାଳିକା ଜଣକ ସଂଧ୍ୟା ୭ଟା ସମୟରେ ନିଜ ବାନ୍ଧବୀମାନଙ୍କ ସହ ସେଠାରେ ଠିଆ ହୋଇଥିବା ବେଳେ ସେହି ସ୍ଥାନରେ କିଛି ଦୁର୍ବୃତ୍ତ ଏକ ସ୍ଥିର ଅଟୋ ମଧ୍ୟରେ ବସିଥିଲେ। ସେମାନେ ପ୍ରଥମେ ନାବାଳିକାମାନଙ୍କ ସହ କଥା ଆରମ୍ଭ କରି ଧୀରେ ଧୀରେ ଯୁକ୍ତି ବଢ଼ିଥିଲା। ଯୁକ୍ତି ବଢ଼ିବାରୁ ସୈଖ ନାବାଳିକାଙ୍କୁ ମାଡ଼ ମାରିଥିଲେ। ଫଳରେ ନାବାଳିକାଙ୍କ ନାକ ଫାଟି ରକ୍ତ ଝରିଥିଲା। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଲା ବେଳକୁ ଅଭିଯୁକ୍ତ ଜଣକ ସ୍ଥାନ ଛାଡ଼ି ପଳାଇ ଯାଇଥିଲା। ପୁଲିସ୍‌ ନାବାଳିକାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

କିଛି ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ମାତ୍ର ଆଞ୍ଚଳିକ କୋର୍ଟ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଛନ୍ତି। ଏହି ଘଟଣାର ତଦନ୍ତ ପୁଲିସ୍‌ ଜାରି ରଖିଛି।

 

ସମ୍ବନ୍ଧିତ ଖବର