ଦିଲ୍ଲୀରେ ଡ଼୍ୟାନ୍ସିଂ ଚୋରକୁ ନେଇ ଚର୍ଚ୍ଚା : ସିସିଟିଭି ଦେଖି ନାଚିବା ସହ ୪ଟି ଦୋକାନ ଲୁଟିଲେ ଚୋର
ନୂଆଦିଲ୍ଲୀ : ଦିଲ୍ଲୀରେ ଏବେ ଡ୍ୟାନ୍ସିଙ୍ଗ ଚୋରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚୋରି କରିବାକୁ ଆସିଥିବା ବେଳେ ଜଣେ ଚୋର ସିସିଟିଭି ଲାଗିଥିବା ଦେଖି ନାଚିବାକୁ ଲାଗିଥିଲା । ବଲିଉଡ୍ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ନକଲ କରି ଚୋରଟି ନାଚିବା ସହ ନିଜ ସାଥୀମାନଙ୍କ ସହ ୪ଟି ଦୋକନରୁ ଚୋରି କରିଥିଲା । ଚୋରି କରିବାକୁ ଆସିଥିବା ଚୋରମାନେ ୨୨ମିନିଟ୍ ମଧ୍ୟରେ ୪ଟି ଦୋକାନରୁ ଆରାମରେ ଚୋରି କରି ଚାଲି ଯାଇଥିଲେ । ସୂଚନା ମୁତାବକ,ଏହି ଘଟଣାଟି ଦିଲ୍ଲୀର ଲାହୋରି ଅଞ୍ଚଳରେ ଘଟିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଚୋରି କରିବାର ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ଚୋରମାନେ ମୁହଁରେ ରୁମାଲ ବାନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରି ପାରି ନାହିଁ ପୁଲିସ । ଚୋରମାନେ ୪ଟି ଦେକାନର କବାଟ ଭାଙ୍ଗି କିଛି ମୋବାଇଲ୍ ଫୋନ ଏବଂ ହାର୍ଡ଼ଡ଼ିସ୍କ ଚୋରି କରି ନେଇଥିବା ଜଣାପଡ଼ିଛି । ଘଟଣାଟି ଜୁନ୍ ୧୧ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ କାବୁ କରି ପାରି ନାହିଁ ।