କ୍ରିକେଟ୍‌ ତାରକା ବିନୋଦ୍‌ କାମ୍ବଲୀଙ୍କ ପତ୍ନୀଙ୍କୁ ସ୍ପର୍ଶ କରିନାହାନ୍ତି ବଲିଉଡ ଗାୟକ ଅଙ୍କିତଙ୍କ ବାପା; ପ୍ରମାଣ ଦେଲା ସିସିଟିଭି ଫୁଟେଜ୍‌

ମୁମ୍ବାଇ: ପୂର୍ବତନ କ୍ରିକେଟ୍‌ ତାରକା ବିନୋଦ୍‌ କାମ୍ବଲୀଙ୍କ ପତ୍ନୀ ଏଣ୍ଡ୍ରିଆଙ୍କୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ଵାରୀଙ୍କ ବାପା ଅଶାଳୀନ ଭାବେ ଛୁଇଁ ଥିଲେ ବୋଲି ଉଭୟ କାମ୍ବଲୀ ଏବଂ ପତ୍ନୀ ଏଣ୍ଡ୍ରି୍ରଆ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ହେବା ପରେ ପୁଲିସ୍‌ ସଂପୃକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ୍‌ କରିଥିଲା। ଯାଞ୍ଚ୍‌ ପରେ ଜାଣିବାକୁ ମିଳିଛି ଯେ ବାସ୍ତବରେ କୌଣସି ପ୍ରକାରର ଶାରୀରିକ ସ୍ପର୍ଶ ହୋଇନାହିଁ। ବରଂ ଦେଖିବାକୁ ମିଳିଛି ଯେ ଏଣ୍ଡ୍ରିଆ ଅଙ୍କିତ ତିଓ୍ଵାରୀଙ୍କ ୫୯ ବର୍ଷିବ ବାପାଙ୍କ ଦେହରେ ପିଟି ହେଉଛନ୍ତି। ସେ ଅଭିଯୋଗ ଆଣିଥିଲେ ଯେ ଭିଡ଼ର ସୁଯୋଗ ବ୍ୟକ୍ତି ଜଣକ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ମାତ୍ର ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଯାଉଥିବା ସମୟରେ ସାମାନ୍ୟତମ ବି ଏଣ୍ଡ୍ରିଆଙ୍କ ଦେହରେ ବାଜି ନାହାନ୍ତି। ଓଲଟା ଏଣ୍ଡ୍ରିଆ ନିଜ ଆଡୁ ବ୍ୟକ୍ତି ଜଣଙ୍କୁ ପଛ ପଟୁ ଧକ୍କା ଦେଉଥିବାର ଦେଖିବାକୁ ମିଳୁଛି।

ଉଲ୍ଳେଖଯୋଗ୍ୟ, ବିନୋଦ୍‌ କାମ୍ବଲୀଙ୍କ ପତ୍ନୀ ଏଣ୍ଡ୍ରିଆଙ୍କ ସହ ଗତକାଲି ଏକ ସପିଂ ମଲ୍‌କୁ ଯାଇଥିଲେ। ମଲ୍‌ରେ ଜଣେ ବୟସ୍କ ବ୍ୟକ୍ତି ଏଣ୍ଡ୍ରିଆଙ୍କୁ ଛଇଁଥିଲେ ବୋଲି ଉଭୟ ସ୍ୱାମୀ-ସ୍ତ୍ରୀ ଅଭିଯୋଗ ଆଣିଥିଲେ। ପରେ ଜାଣିବାକୁ ମିଳିଥିଲା ଯେ ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ଵାରୀଙ୍କ ବାପା।

ସମ୍ବନ୍ଧିତ ଖବର