ସେସୁ ଗୋଦାମରୁ ଚୋରି ଉଦ୍ୟମ ମାମଲା: ୪ ମାସ ପରେ ଧରାପଡ଼ିଲା ଗାଡ଼ି ମାଲିକ

ଖଣ୍ଡଗିରି: ଗତ ଜୁଲାଇ ମାସରେ ଯାଁଳା ସେସୁ ଗୋଦାମରୁ ଚୋରି କରିବାକୁ ‌ଆସି ଡକାୟତମାନେ ଛାଡ଼ି ପଳାଇଥିବା ପିକ୍‌ଅପ୍‌ ଭ୍ୟାନ୍ ମାଲିକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଖମାର ଗାଁର ରାଜେନ୍ଦ୍ର କୁମାର ସାହୁ(୪୦)। ଗତ ୬ ତାରିଖ‌ରେ ଯାଁଳା ପୁଲିସ ଗିରଫ କରିଥିବା ୫ ଡକାୟତଙ୍କ ସୂଚନା ଆଧାରରେ ଅଭିଯୁକ୍ତ ରାଜେନ୍ଦ୍ରକୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ସୂଚନାନୁସାରେ ଜୁଲାଇ ୭ ତାରିଖ ବିଳମ୍ବିତ ରାତିରେ ଏକ ଡକାୟତ ଦଳ ଯାଁଳା ସେସୁ ଗୋଦାମରେ ପଶିଥିଲେ। ବାତ୍ୟା ଫନି ପରେ ଗୋଦାମରେ ଜମା ହୋଇଥିବା ବିଦ୍ୟୁତ୍ ଲାଇନ୍‌ ତାର ଓ ଅନ୍ୟାନ୍ୟ ଉପରକଣ ଲୁଟିବା ପାଇଁ ସେମାନେ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ସୁରକ୍ଷାକର୍ମୀମ‌ାନଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଭୟରେ ଡକାୟତ ଦଳ ପିକ୍‌ଅପ୍‌ ଭ୍ୟାନ୍‌କୁ ଛାଡ଼ି ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର