ଦୁଷ୍କର୍ମ ପରେ ଗର୍ଭବତୀ ହେଲା ନାବାଳିକା,ନ୍ୟାୟ ଦେବାକୁ ଯାଇ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କୁ ଜିଅନ୍ତା ଜାଳିବାକୁ ଆଦେଶ ଦେଲା ପଞ୍ଚାୟତ !

ଜମ୍‌ଶେଦ୍‌ପୁର : ଏବେ ସାରା ଦେଶରେ #ମି ଠୁ ଭଳି ଅଭିଯାନ କରାଯାଇ ମହିଳାମାନଙ୍କୁ ତାଙ୍କ ସହ ଘଟିଥିବା ଯୌନ ଶୋଷଣ ବିଷୟରେ କହିବା ପାଇଁ ସାହସ ଦିଆଯାଉଛି । କିନ୍ତୁ ଏଭଳି ପରିସ୍ଥିତିରେ ଝାରଖଣ୍ଡରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଝାରଖଣ୍ଡର ଚାଇବସାରେ ଜଣେ ନାବାଳିକାକୁ ତା’ର ଜଣେ ଦାଦା ଦୁଷ୍କର୍ମ କରିବା ପରେ ପୀଡ଼ିତା ଗର୍ଭବତୀ ହୋଇ ଯାଇଥିଲେ ।

ଦୋଷୀକୁ ଦଣ୍ଡ ଦେବା ପାଇଁ ପୀଡ଼ିତାଙ୍କ ପରିବାର ଲୋକେ ପଞ୍ଚାୟତ ଡ଼ାକିଥିବା ବେଳେ ପଞ୍ଚାୟତରେ ଅଭିଯୁକ୍ତ ଉପରେ ୫ଲକ୍ଷ ଟଙ୍କାର ଜରିମାନା ଲଗାଇ ଯାଇଥିଲା । ଏହା ସହ ପୀଡ଼ିତା ଏବଂ ଅଭିଯୁକ୍ତଙ୍କୁ ଜିଅନ୍ତା ଜାଳିବା ପାଇଁ ପଞ୍ଚାୟତ ରାୟ ଦେବା ପରେ ଏହି ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିବା ଦେଖା ଦେଇଛି । ଅନ୍ୟ ପକ୍ଷରେ ଏନେଇ ପୁଲିସକୁ ସୂଚନା ମିଳିବା ପରେ ଏସ୍‌ପି କ୍ରାନ୍ତି କୁମାର ଏ ନେଇ ତଦନ୍ତ ଆଦେଶ ଦେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

oneindia.com

ସୂଚନା ମୁତାବକ, ଅଭିଯୁକ୍ତ ରୋବିନ ୨ବର୍ଷ ପର୍ଯ୍ୟନ୍ତ ନିଜ ବଡ଼ ଭାଇଙ୍କ ଘରେ କାମ କରି ଆସୁଥିଲେ । ଏହି ସମୟରେ ସେ ନିଜ ଝିଆରି ସହ ବାରମ୍ବାର ଦୁଷ୍କର୍ମ କରିବା ସହ ଏ ବିଷୟରେ କାହାକୁ ନ କହିବା ପାଇଁ ଧମକାଇଥିଲେ । କିନ୍ତୁ ପୀଡ଼ିତା ଗର୍ଭବତୀ ହେବା ପରେ ଅଭିଯୁକ୍ତ ରୋବିନ୍‌ଙ୍କ କଳା କାର୍‌ନାମା ବାହାରକୁ ଆସି ଯାଇଥିଲା । ଗତ ମଙ୍ଗଳବାର ପଞ୍ଚାୟତରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ପରେ ପଞ୍ଚାୟତ ଏଭଳି ଆଶ୍ଚର୍ଯ୍ୟ କଲାଭଳି ରାୟ ଶୁଣାଇଥିଲା ।

ସମ୍ବନ୍ଧିତ ଖବର