ଚେନ୍‌ ଲୁଟ୍ ଅଭିଯୋଗରେ ଜଣେ ଗିରଫ

ପୁରୁଣା ଭୁବନେଶ୍ୱର,: ଶ୍ରୀଲିଙ୍ଗରାଜ ଥାନା ଅଧୀନ ପୁରୁଣା ଭୁବନେଶ୍ୱର ତଳ ବଜାରରେ ଜଣେ ଲୁଗା ଦୋକାନୀଙ୍କ ଚେନ୍‌ ଲୁଟ୍ କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ସେ ହେଲା, ଗଞ୍ଜାମ ଜିଲ୍ଲା ବରଗଡ଼ ଥାନା ଅଧୀନ ପିଠାପୁର ଗ୍ରାମର ଭଗବାନ ସ୍ବାଇଁ(୩୦) ଓରଫ ଗେଡ଼ୁ। ସେ ସେହି ଥାନା ଅଧୀନ ବଡ଼ୁ ସାହିରେ ଭଡ଼ାରେ ରୁହେ। ପୁଲିସ ସୂଚନା ଅନୁଯାୟୀ, ଗେଡୁ ମଦ ପିଇ ଉକ୍ତ ଲୁଗା ଦୋକାନ ବାରଣ୍ଡାରେ ଶୋଇଥିଲା। ଲୁଗା ଦୋକାନର ମାଲିକ ସୂର୍ଯ୍ୟନାରାୟଣ ପଣ୍ଡା ସେଠାରୁ ଉଠିବାକୁ କହିବାରୁ ଗେଡ଼ୁ ସୂର୍ଯ୍ୟଙ୍କ ଚେନ୍‌ ଛିଣ୍ଡାଇ ନେଇ ଦୌଡ଼ି ପଳାଇଥିଲା।

ସମ୍ବନ୍ଧିତ ଖବର