ପ୍ରେମିକାର ଇଚ୍ଛା ପୂରଣ କରିବା ପାଇଁ ଚୋର ସାଜିଲା ପ୍ରେମିକ, ଦୋଷୀକୁ ଧରିବା ପାଇଁ ଏଭଳି ଅଜବ ଉପାୟ ଆପଣାଇଲା ପୁଲିସ

ପାଟନା: ବିହାରର ପାଟନାରେ ଏକ ଅଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜୁଲାଇ ୧୦ରେ ବିହାରର ଏଡ଼ିଜିଙ୍କ ମା’ଙ୍କ ବେକରୁ ଚେନ୍‌ ଚୋରି କରିବାକୁ ଯାଇ ଅସଫଳ ହୋଇଥିବା ଚୋରକୁ ଶେଷରେ ଗିରଫ କରିଛି ପୁଲିସ । କିନ୍ତୁ ଚୋରକୁ ଗିରଫ କରିବା ପାଇଁ ପୁଲିସ ଯେଉଁ ଉପାୟ ଆପଣାଇଥିଲା ତା’ହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ, ଗିରଫ ହୋଇଥିବା ନୀତିଶ ମଧୁବନୀ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ତାଙ୍କ ବାପା ନେପାଳରେ ଏକ ଦୋକାନ ଚାଳଉଥିବା ଜଣା ପଡ଼ିଛି । ଗିରଫ ହେବା ପରେ ସେ ଚୋରି କରିବା ପଛର ପ୍ରକୃତ କାରଣ ଜଣାଇଛନ୍ତି । ପ୍ରେମିକାକୁ ମହଙ୍ଗା ଉପହାର ଦେବା ପାଇଁ ସେ ଚେନ୍‌ ଲୁଟେରା ସାଜିଥିବା ସ୍ୱୀକାର କରିଛନ୍ତି । ଏଭଳି ଆଗରୁ ସେ ଅନେକ ଥର କରି ସାରିଥିବା ବେଳେ ଜୁଲାଇ ୧୦ରେ ତାଙ୍କ ହାବୁଡ଼ରେ ପଡ଼ିଥିଲେ ଏଡ଼ିଜିଙ୍କ ମା’ଧର୍ମଶୀଲା ଦେବୀ । ପାଟନାରେ ଥିବା ଭୁତ୍‌ନାଥ ରାସ୍ତାରେ ନୀତିଶ ଧର୍ମଶୀଲା ଦେବୀଙ୍କ ବେକରୁ ଚେନ୍‌ ଲୁଟିବାର ଯୋଜନା ବନାଇଥିଲେ । କିନ୍ତୁ ତାଙ୍କ ଯୋଜନା ବିଫଳ ହୋଇ ଯାଇଥିଲା ।

Freedman & Gopalan Solicitors

ଏ ନେଇ ଧର୍ମଶୀଲା ଦେବୀ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ନୀତିଶଙ୍କୁ ଖୋଜିବା ଆରମ୍ଭ କରିଥିଲା । ଧର୍ମଶୀଲା ଦେବୀ ନୀତିଶଙ୍କ ମୁହଁ ଦେଖିଥିବା ବେଳେ ପୁଲିସକୁ ନୀତିଶଙ୍କ ବିଷୟରେ କହିଥିଲେ । ଧର୍ମଶୀଲା ଦେବୀଙ୍କ କଥାରୁ ପୁଲିସ ଅଭିଯୁକ୍ତ ଜଣଙ୍କ ନୀତିଶ ବୋଲି ଜାଣି ପାରିଥିଲେ । କିନ୍ତୁ ପୁଲିସକୁ ସଫଳତା ସେତେବେଳେ ମିଳିଥିଲା ଯେତେବେଳେ ନୀତିଶ ଓଏଲ୍‌ଏକ୍ସରେ ନିଜ ଗାଡ଼ି ବିକ୍ରି କରିବାର ବିଜ୍ଞାପନ ଦେଇଥିଲେ । ଗ୍ରାହକ ସାଜି ନୀତିଶଙ୍କ ସହ କଥା ହେବା ସହ ମିଠାପୁର ବସ୍‌ ଷ୍ଟାଣ୍ଡକୁ ଡ଼ାକି ଗିରଫ କରି ନେଇଥିଲା ପୁଲିସ । ନୀତିଶ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ବେଳେ ୩ବର୍ଷ ପାଠ ପଢ଼ି ସେ ଇଞ୍ଜିନିୟରିଂ ପଢ଼ିବା ଛାଡ଼ି ଚେନ୍‌ ଲୁଟେରା ସାଜିଥିଲେ ।

ସମ୍ବନ୍ଧିତ ଖବର