ଝାମ୍ପିନେଲେ ସୁନା ଚେନ୍‌

ଚନ୍ଦ୍ର‌ଶେଖରପୁର: ନୀଳାଦ୍ରିବିହାର ମାଛହାଟ ନିକଟ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଆଜି ଜଣେ ମହିଳାଙ୍କଠାରୁ ଛିନ୍‌ତାଇ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣଙ୍କ ହେଲେ, ସଂଘମିତ୍ରା ନାୟକ। ତାଙ୍କ ଘର କାନନ ବିହାର ଫେଜ୍‌୨ ଅଞ୍ଚଳରେ। ଆଜି ସେ ତାଙ୍କ ଝିଅକୁ ଟ୍ୟୁସନ୍‌ କ୍ଲାସ ପାଇଁ ନୀଳାଦ୍ରିବିହାରରେ ଛାଡ଼ି ଫେରୁଥିବା ବେଳେ ଏକ କଳା ପଲସର୍‌ରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ଏନେଇ ସଂଘମିତ୍ରା ପରେ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ୍ ଲୁଟେରାଙ୍କୁ ଠାବ କରିପାରିନାହିଁ। ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଘଟଣା ଘଟିଥିବା ସ୍ଥାନର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର