ଫେସ୍‌ବୁକ୍‌ରେ ପ୍ରବାସୀ ଭାରତୀୟ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କଲେ ବିମାନରେ ଝାଡ଼ୁଦାର କାମ କରୁଥିବା ଯୁବକ, ନଗ୍ନ ଫଟୋ ଏବଂ ଭିଡ଼ିଓ ଦେଖାଇ ମାଗିଲେ ୫କୋଟି ଟଙ୍କା

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଗତ ୬ମାସ ହେବ ରହି ଆସୁଥିବା ଜନୈକା ପ୍ରବାସୀ ଭାରତୀୟ ମହିଳାଙ୍କୁ ବିମାନରେ ଝାଡ଼ୁଦାର କାମ କରୁଥିବା ଜନୈକ ବ୍ୟକ୍ତି ବ୍ଲାକ୍‌ମେଲ କରୁଥିବାର ଅଭିଯୋଗ ହୋଇଛି । ସଂପୃକ୍ତା ମହିଳାଙ୍କ ନଗ୍ନ ଫଟୋ ଏବଂ ଭିଡ଼ିଓ ପ୍ରସ୍ତୁତ କରି ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ୫କୋଟି ଟଙ୍କା ମାଗିଥିଲେ ବୋଲି ପୁଲିସରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଅଭିଯୋଗ ପାଇବା ପରେ ପୁଲିସ୍‌ ଭାରତୀୟ ପିଙ୍ଗଳ କୋଡ଼୍‍ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

Online Sense

ସୂଚନା ମୁତାବକ, ଗତ ୬ମାସ ହେବ ପ୍ରବାସୀ ଭାରତୀୟ ମହିଳା ଜଣକ ଚଣ୍ଡିଗଡ଼ରେ ରହି ନିଜର ବ୍ୟବସାୟ ଚଳାଇ ଆସୁଥିବା ବେଳେ ଫେସ୍‌ବୁକ୍‌ ମାଧ୍ୟମରେ ଅଭିଯୁକ୍ତ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । କିଛି ଦିନ କଥା ହେବା ପରେ ଦୁହେଁ ଅତି ନିକଟତର ହେବାରୁ ଅଭିଯୁକ୍ତ ବିଭିନ୍ନ ବାହାନାରେ ପୀଡ଼ିତାଙ୍କଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ । କିଛି ମାସ ଟଙ୍କା ଦେବା ପରେ ଶେଷରେ ଟଙ୍କା ଦେବାକୁ ମନା କରି ଦେଇଥିଲେ ପୀଡ଼ିତା । ଏଥିରେ ରାଗି ଯାଇ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ନିଜ ଘରକୁ ଡ଼ାକି ମାଡ଼ ମାରିବା ସହ ତାଙ୍କର ନଗ୍ନ ଭିଡ଼ିଓ ଏବଂ ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ । ୫କୋଟି ଟଙ୍କା ନ ଦେଲେ ଫଟୋ ଏବଂ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇ ବାରମ୍ବାର ଫୋନ କରି ଚାଲି ଥିଲେ ଅଭିଯୁକ୍ତ । ଶେଷରେ ଅନ୍ୟ କିଛି ବାଟ ନ ପାଇ ପୁଲିସରେ ଅଭିଯୋଗ କରିଥିଲେ ମହିଳା । ଅଭିଯୁକ୍ତ ଜଣଙ୍କ ବିମାନରେ ଝାଡ଼ୁଦାର ଭାବରେ କାମ କରୁଥିବା ବେଳେ ଏବେ ସେ କୌଣସି କାମ କରୁ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର