ଫେସ୍ବୁକ୍ ପ୍ରେମୀ ଥିଲା କୁଖ୍ୟାତ ଅପରାଧୀ! ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତାଙ୍କ ସାମ୍ନାକୁ ଆସିଲା ପ୍ରେମିକର ଅସଲ ଚେହେରା
ଚଣ୍ଡିଗଡ଼ : ଆଜିକାଲି ଫେସ୍ବୁକ୍ରେ ପ୍ରେମ କରି ଠକେଇର ଶିକାର ହେବା ସାଧାରଣ ହୋଇ ଗଲାଣି । ପ୍ରତିଦିନ କେହି କେହି ଫେସ୍ବୁକ୍ ଜରିଆରେ ପ୍ରେମ କରି ବିଭିନ୍ନ ପ୍ରକାରର ଠକେଇ ସହ ଦୁଷ୍କର୍ମର ଶିକାର ହୋଉଥିବା ଖବର ମିଳୁଛି । ସେଭଳି ଏକ ଘଟଣା ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଘଟିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଫେସ୍ବୁକ୍ରେ ଦେଖା ହେବା ପରେ ନମ୍ବର ନେଇ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତା କଥା ହେବା ଆରମ୍ଭ କରିଥିଲେ । କିନ୍ତୁ କିଛି ଦିନ ପରେ ଦୁହେଁ କଥା ହେବା ବନ୍ଦ କରି ଦେଇଥିଲେ । ହଠାତ୍ ଦିନେ ଅଭିଯୁକ୍ତ ପୀଡ଼ିତାଙ୍କୁ ଫୋନ କରି ଦେଖା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଦେଖା ହେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଏକ ପାର୍ଟିରେ ଯୋଗ ଦେବା କଥା କହି ଚଣ୍ଡିଗଡ଼ ନେଇ ଯାଇଥିଲେ । ସେଠାରେ ପାର୍ଟିି ସାରିବା ପରେ ଏକ ହୋଟେଲକୁ ନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ପୀଡ଼ିତା ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବା ସହ ସେ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ । ସୁଯୋଗ ଉଣ୍ଡି ପୀଡ଼ିତା ପୁଲିସକୁ ଖବର ଦେବାରେ ସଫଳ ହେବା ପରେ ପୁଲିସ ହୋଟେଲ ପହଞ୍ଚିଥିଲା ।
କିନ୍ତୁ ପୁଲିସକୁ ଆସୁଥିବାର ଦେଖି ଅଭିଯୁକ୍ତ ହୋଟେଲର ତୃତୀୟ ମହଲାରୁ ଡ଼େଇଁ ପଡ଼ିଥିଲେ । ପରେ ପୁଲିସ ଅଭିଯୁକ୍ତକୁ ଆହତ ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲା ବୋଲି ଜଣାପଡ଼ିଛି । ତଦନ୍ତ ପରେ ଅଭିଯୁକ୍ତଜଣଙ୍କ ଜଣେ କୁଖ୍ୟାତ ଅପରାଧୀ ବୋଲି ସାମ୍ନାକୁ ଆସିଥିଲା । ପୂର୍ବରୁ ଅଭିଯୁକ୍ତ ଏଭଳି ଅନେକ ଅପରାଧ କରିଥିବା ବେଳେ ତାଙ୍କ ନାଁରେ ଏକାଧିକ ଅଭିଯୋଗ ଥିବା ସାମ୍ନାକୁ ଆସିଥିଲା ।