ମୁମ୍ବାଇର ଜଣେ ମଡ଼େଲ ବ୍ଲାକ୍‌ମେଲିଂର ଅଭିଯୋଗ କରିବାକୁ ଯାଇଥିବା ବେଳେ ତଦନ୍ତ ଦାୟିତ୍ୱରେ ଥିବା ପୁଲିସ କଲା ଦୁଷ୍କର୍ମ

ଚଣ୍ଡିଗଡ଼ : ମୁମ୍ବାଇର ଜଣେ ମଡ଼େଲ ତଦନ୍ତକାରୀ ପୁଲିସ ଦ୍ୱାରା ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତା ବ୍ଲାକ୍‌ମେଲିଂର ଶିକାର ହୋଇ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ପୁଲିସ ଷ୍ଟେସନରେ ଥିବା ସବ୍‌ ଇନ୍‌ସ୍ପେକ୍ଟର ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ନେଇ ପୀଡ଼ିତା ଏବେ ଅଭିଯୋଗ ଆଣିଥିବା ବେଳେ ସବ୍‌ ଇନ୍‌ସ୍ପେକ୍ଟରଙ୍କ ବିରୋଧରେ ମାମଲା ଋଜୁ କରାଯାଇଛି ।

ସୂଚନା ମୁତାବକ, ଗତ ବର୍ଷ ଜଣେ ଯୁବକଙ୍କ ସହ ପୀଡ଼ିତାଙ୍କ ବନ୍ଧୁତା ହେବା ପରେ ଦୁହେଁ କିଛି ଦିନ ଭଲରେ କଥା ହୋଇଥିଲେ । କିନ୍ତୁ ଯୁବକଙ୍କ ହାତରେ ପୀଡ଼ିତାଙ୍କର କିଛି ଆପତ୍ତିଜନକ ଫଟୋ ଲାଗିଯିବା ପରେ ସେ ପୀଡ଼ିତାଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ । ବ୍ଲାକ୍‌ମେଲ କରି ଯୁବକଜଣଙ୍କ ପୀଡ଼ିତାଙ୍କ ସହ ଶରୀରିକ ସଂପର୍କ ରଖିବା ସହ ତାଙ୍କଠାରୁ ଟଙ୍କା ନେବାରେ ଲାଗିଥିଲେ । ସବୁଦିନ ଏପରି ଘଟୁଥିବା ବେଳେ ପୀଡ଼ିତା ବାଧ୍ୟ ହୋଇ ଚଣ୍ଡିଗଡ଼ର ଏସ୍‌ଏସ୍‌ପି ନିଳାମ୍ବରି ବିଜୟଙ୍କୁ ସବୁ ଜଣାଇଥିଲେ । ଯାହା ପରେ ସେ ସାଇବର ସେଲ୍‌କୁ ଏହି ମାମଲାର ସମାଧାନ ପାଇଁ ଦେଇଥିଲେ । ସାଇବର ସେଲର ମୁଖ୍ୟ ସବ୍‌ ଇନ୍‌ସ୍ପେକ୍ଟର ନବୀନ ଫୋଗଟ ଥିବା ବେଳେ ସେ ଏହି ମାମଲାର ସମାଧାନ କରି ଅଭିଯୁକ୍ତକୁ ଗିରଫ କରିଥିଲେ ।

TheJournal.ie

ଏହା ସହ ଅଭିଯୁକ୍ତ ଯୁବକଠାରୁ ନବୀନ ମଡ଼େଲଙ୍କ ଆପତ୍ତିଜନକ ଫଟୋ ମଧ୍ୟ ସଂଗ୍ରହ କରି ନେଇଥିଲେ । ଯାହା ପରେ ସେ ମାମଲା ଉପରେ ଆଲୋଚନା କରିବା ବାହାନାରେ ପୀଡ଼ିତାଙ୍କୁ ମୁମ୍ବାଇରୁ ଚଣ୍ଡିଗଡ଼କୁ ଡ଼ାକିଥିଲେ । ପୀଡ଼ିତା ସେଠାରେ ପହଞ୍ଚିବା ପରେ ନବୀନ୍‌ ପୀଡ଼ିତାଙ୍କୁ ତାଙ୍କ ଆପତ୍ତିଜନକ ଫଟୋ ଦେଖାଇବା ସହ ତାଙ୍କ ସହ ଶରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ପୀଡ଼ିତା ବିରୋଧ କରିବାରୁ ଫଟୋ ଭାଇରାଲ କରିବାର ଧମକ ଦେଇ ଦୁଷ୍କର୍ମ କରିଥିଲେ ସବ୍‌ ଇନ୍‌ସ୍ପେକ୍ଟର ନବୀନ୍‌ ।

ସମ୍ବନ୍ଧିତ ଖବର