ଗଣ୍ଡଗୋଳ କରି ବାପ ପୁଅ ଗିରଫ

ଚନ୍ଦ୍ରଶେଖରପୁର: ଜମି ବିବଦକୁ କେନ୍ଦ୍ରକରି ଆଜି ନୀଳାଦ୍ରିବିହାରସ୍ଥିତ ପଣ୍ଡାପାର୍କ ବସ୍ତିରେ ଦୁଇ ଭାଇ ଓ ବାପାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ବଡ଼ ପୁଅ ଏ ନେଇ ଥାନାରେ ଅଭିଯୋଗ ଦେବାରୁ ପୁଲିସ୍‌ ବାପା କୁମର ନାୟକ (୫୦) ଓ ସାନପୁଅ ସନ୍ତୋଷ ନାୟକ(୨୮)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନାମରେ ଆଇପିସିର ୫ଟି ଦଫା ଲାଗିଛି। ଚନ୍ଦ୍ରଶେଖରପୁର ପୁଲିସ ସୂଚନା ଅନୁଯାୟୀ ପଣ୍ଡାପାର୍କ ବସ୍ତିରେ ରହୁଥିବା ଏହି ପରିବାରର ସଦସ୍ୟଙ୍କ ମଧ୍ୟରେ ଏକ ଜମିକୁ ନେଇ ବିବାଦ ଥିଲା। ବଡ଼ପୁଅ ଏହି ଜମିରେ ଘର କରୁଥିବା ବେଳେ କୁମର ଓ ତାଙ୍କ ସାନ ପୁଅ ସନ୍ତୋଷ ଗଣ୍ଡଗୋଳ କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର