ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପ୍ରେମିକାକୁ ବିବାହ କରିବାକୁ ଚାହୁଁଥିବାରୁ ସାଙ୍ଗ ଦ୍ୱାରା ଦୁଷ୍କର୍ମ କରାଇଲା ସ୍ୱାମୀ, ପରେ ଦୁଷ୍କର୍ମକାରୀକୁ ବିବାହ କରାଇଲା

ନୂଆଦିଲ୍ଲୀ : ଛତିଶଗଡ଼ର କବର୍ଦ୍ଧା ଜିଲ୍ଲାରେ ଜଣେ ଯୁବକ ନିଜ ପ୍ରେମିକାକୁ ବିବାହ କରିବା ପାଇଁ ମାନବିକତାର ସବୁ ସୀମା ପାର୍‌ କରି ଯାଇଛି । ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପ୍ରେମିକାକୁ ବିବାହ କରିବା ଆଶାରେ ସାଙ୍ଗ ଦ୍ୱାରା ସ୍ତ୍ରୀର ଦୁଷ୍କର୍ମ କରାଇବା ଘଟଣା ଏବେ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ବଡ଼ କଥା ହେଲା ବିବାହର ୪୦ଦିନ ପରେ ଅଭିଯୁକ୍ତ ଯୁବକ ଏଭଳି କାଣ୍ଡ କରିଛି ।

Isha Foundation

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅନୁଯାୟୀ, ବିବାହର ୪୦ଦିନ ପରେ ନିଜ ପ୍ରେମିକାକୁ ବିବାହ କରିବା ପାଇଁ ଅଭିଯୁକ୍ତ ଖିଲେନ୍ଦ୍ର ପୀଡ଼ିତାଙ୍କୁ ନେଇ ହୋଟେଲ ରୁମ୍‌ରେ ଛାଡ଼ି ଦେଇଥିଲେ । ଯେଉଁଠି ପୂର୍ବରୁ ଖିଲେନ୍ଦ୍ରଙ୍କ ସାଙ୍ଗ କମଲେଶ୍‌ ଉପସ୍ଥିତ ଥିଲେ । ହୋଟେଲ ରୁମ୍‌ରେ ଛାଡ଼ିବା ସହ ଖିଲେନ୍ଦ୍ର ପୀଡ଼ିତାଙ୍କୁ ବାଧ୍ୟ କରାଇ ଦୁଇଟି ଷ୍ଟାମ୍ପ କାଗଜରେ ମଧ୍ୟ ଦସ୍ତଖତ କରାଇଥିଲେ । ସେଥିରୁ ଗୋଟେ ଛାଡ଼ପତ୍ର ପାଇଁ ଥିବା ବେଳେ ଅନ୍ୟଟି କମଲେଶ୍‌ଙ୍କ ସହ ବିବାହ ପାଇଁ ଥିଲା । କମଲେଶ୍‌ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ଖିଲେନ୍ଦ୍ର ପୀଡ଼ିତାଙ୍କୁ ନେଇ ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ । କିଛି ଦିନ ପରେ କମଲେଶ୍‌ ପୀଡ଼ିତାଙ୍କ ଘରେ ପହଞ୍ଚି ସେ ମୋ ସ୍ତ୍ରୀ ବୋଲି ଦାବି କରିଥିଲେ । ଏହା ପରେ ଖିଲେନ୍ଦ୍ର ପୀଡ଼ିତାଙ୍କୁ ଚରିତ୍ରହୀନ ବୋଲି କହି ତାଙ୍କୁ ବାପ ଘରେ ଛାଡ଼ି ଚାଲି ଆସିଥିଲେ ।

କିନ୍ତୁ ପୁଲିସରେ ଅଭିଯୋଗ କରିବା କଥା ଶୁଣି କମ୍‌ଲେଶ ଖିଲେନ୍ଦ୍ରଙ୍କ ସବୁ ଷଡ଼ଯନ୍ତ୍ର ବିଷୟରେ ପୀଡ଼ିତାଙ୍କ ପରିବାରକୁ ଜଣାଇ ଦେଇଥିଲେ । ସବୁ ସତ ସାମ୍ନାକୁ ଆସିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ସହ ପୁଲିସ କମଲେଶ୍‌ ଏବଂ ଖିଲେନ୍ଦ୍ରଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର