ପ୍ରେମିକାକୁ କୋଠିରେ ବିକ୍ରି ପାଇଁ ଷଡ଼ଯନ୍ତ୍ର ରଚିଥିଲା ପ୍ରେମିକ, ୨ ଲକ୍ଷ ଟଙ୍କାରେ ଛିଣ୍ଡିଥିଲା କଥା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ବଦ୍‌ନାମଗ ଗଳିର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଦଲାଲାଙ୍କ ହାତରେ ବିକ୍ରି କରିବା ପାଇଁ ଉଦ୍ୟେମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ପ୍ରେମିକାଙ୍କୁ ମୁକୁଳେଇବା ସହ ପ୍ରେମୀ ଯୁବକଙ୍କୁ ଗିରଫ କରିଛି।

ଜାଣିବାକୁ ମିଳିଛି ଯେ ପୀଡ଼ିତା ଜଣକ ନାବାଳିକା। ମିଳିଥିବା ସୂଚନା ମୁତାବକ ୧୫ ବର୍ଷୀୟା ଏହି କିଶୋରୀ ଜଣକ ଟ୍ରେନ୍‌ରେ ଭେଟ ହୋଇଥିବା ଏହି ଦୁର୍ବୃତ୍ତଙ୍କୁ ପ୍ରେମ କରି ବସିଥିଲେ। ଯୁବକ ଜଣକ ପ୍ରେମର ଜାଲରେ ଫସାଇ ଯୁବତୀଙ୍କୁ ଏକ କ୍ୟାବ୍‌ ଭିତରେ ଦୁଷ୍କର୍ମ କରିଥିବା ମଧ୍ୟ ଜାଣିବାକୁ ମିଳିଛି।

ପୀଡ଼ିତାଙ୍କ ବୟାନରୁ ଜାଣିବାକୁ ମିଳିଛି ଯେ ତାଙ୍କ ପ୍ରେମୀ ଟଙ୍କା ପାଇଁ ତାଙ୍କୁ ଧରି ଜିବି ରୋଡରେ ଥିବା ଏକ କୋଠିରେ ବିକ୍ରି ପାଇଁ ପହଞ୍ଚିଗଲେ।

ଯୁବକ ଜଣକ ନିଜ ତଥାକଥିତ ପ୍ରେମିକା ସହ ଦୁଷ୍କର୍ମ କରିବା ପରେ ହିଁ ସେ ମନ ସ୍ଥିର କରିଥିଲା କି ଉକ୍ତ କିଶୋରୀକୁ ବିକି ସେ ଭଲ ଟଙ୍କା ରୋଜଗାର କରିବ। ସେ ଜିବି ରୋଡର କୋଠିରେ ପହଞ୍ଚିବା ପରେ ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କାରେ ବିକିବାକୁ କଥା ଛିଣ୍ଡାଇଥିଲା।

ସେଠାରେ ଥିବା ପୁଲିସ୍‌ର ଏକ ଗୁପ୍ତ ଟିମ୍‌ ଏ କଥାକୁ ଜାଣିପାରିଥିଲା। ପୁଲିସ୍‌ ଟିମ୍‌ ଠକ ପ୍ରେମୀ ଜଣଙ୍କୁ ଠାବ କରି ଗିରଫ କରିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଛି।

ସମ୍ବନ୍ଧିତ ଖବର