ଯାତ୍ରୀଙ୍କଠାରୁ ଚୋରି କରିବା ସହ ବସ୍‌ରେ ନିଆଁ ଲଗାଇଥିଲେ ଦୁଇ ପୁଲିସକର୍ମୀ, ଗିରଫ କଲା ପୁଲିସ

ରାୟପୁର : ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଦୁଇ ପୁଲିସକର୍ମୀଙ୍କ ସମେତ ୩ଜଣ ଏକ ଘରୋଇ ବସ୍‌ରେ ଥିବା ଯାତ୍ରୀଙ୍କୁ ଲୁଟିବା ସହ ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ପୁଲିସ ଏବେ ୩ଜଣଙ୍କୁ ଗିରଫ କରିଥିବା ବେଳେ ୩ଜଣ, ମାଧବ କୂଲଦୀପ୍‌, ହର୍‌ଦୁ ରାମ୍‌ କୁରେଟି ଏବଂ ଦୋଳେନ୍ଦ୍ର ବାଗ୍‌ହେଲ ବୋଲି ଚିହ୍ନଟ କରାଯାଇଛି । ପୁଲିସ ୩ଜଣଙ୍କୁ ଗିରଫ କରିବା ସହ ଚୋରି ପାଇଁ ବ୍ୟବହାର କରାଯାଇଥିବା ସ୍ତ୍ରଶସ୍ତ୍ରକୁ ମଧ୍ୟ ଜବତ କରିଛି ।

Image result for arrest
The Cullman Times

ସୂଚନା ମୁତାବକ, ଅଗଷ୍ଟ ୧୨ରେ ବସ୍‌ଟି ନାରାୟଣପୁରରୁ କୋଣ୍ଡାଗାଓଁ ଯାଉଥିବା ବେଳେ  ୩ଜଣ ଅଭିଯୁକ୍ତ ବସ୍‌କୁ ଅଟକାଇଥିଲେ । ଏହା ପରେ ମାରଣାସ୍ତ୍ର ଦେଖାଇ ସବୁ ଯାତ୍ରୀଙ୍କୁ ତଳକୁ ଓହ୍ଲାଇବା ପାଇଁ କହିବା ସହ ପେଟ୍ରୋଲ ଢ଼ାଳି ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ପରେ ଭୟଭୀତ ହୋଇ ପଡ଼ିଥିବା ଯାତ୍ରୀଙ୍କ ପାଖରେ ଥିବା ମୋବାଇଲ ଫୋନ ଓ ଟଙ୍କା ନେଇ ୩ଜଣ ଫେରାର ହୋଇ ଯାଇଥିଲେ । ପ୍ରଥମେ ଏଭଳି କାଣ୍ଡ ମାଓବାଦୀମାନେ ଘଟାଇଥିବା ନେଇ ପୁଲିସ ସନ୍ଦେହ କରିଥିବା ବେଳେ ପରେ ପୁଲିସକର୍ମୀମାନେ ହିଁ ଏହି କାମରେ ସାମିଲ ଥିବା ସାମ୍ନାକୁ ଆସିଥିଲା । ଯାହା ପରେ ଏବେ ୩ଜଣଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର