ଆତଙ୍କବାଦୀ ମାସୁଦ ଆଜ୍‌ହାର ଭୟଙ୍କର ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ମୁଖ୍ୟ ମାସୁଦ ଆଜ୍‌ହାର ଗୁରତର ଭାବେ ଅସୁସ୍ଥ ହୋଇ ରୋଗଶଯ୍ୟାରେ ପଡ଼ି ରହିଛି। ଭାରତର ଗୁଇନ୍ଦା ସଂସ୍ଥାର ସୂଚନା ଅନୁଯାୟୀ, ଜୈଶ- ଇ-ମହମ୍ମଦର ମୁଖ୍ୟ ମାସୁଦ ଆଜ୍‌ହାର ଗୁରତର ଭାବେ ଅସୁସ୍ଥ ହୋଇ ପଡ଼ିବା ପରେ ଏହି ଆତଙ୍କବାଦୀ ସଙ୍ଗଠନ ଦୁଇ ଭାଗରେ ବିଭକ୍ତ ହୋଇ ତାର ଦୁଇଭାଇ ରୌଫ ଅସଗର ଓ ଅଥାର ଇବ୍ରାହିମ ଦ୍ୱାରା ପରିଚାଳିତ ହେଉଛି। ଏହି ଦୁଇ ଭାଇ ଭାରତ ଓ ଆଫଗାନୀସ୍ତାନରେ ଜିହାଦୀ କାର୍ଯ୍ୟର ନେତୃତ୍ୱ ନେଉଛନ୍ତି।
ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ଏହି ୫୦ ବର୍ଷୀୟ ମୁଖ୍ୟ ମାସୁଦ ଆଜ୍‌ହାର ବର୍ତ୍ତମାନ ସ୍ପାଇନାଲ କର୍ଡ ( ସୁଷୁମ୍ନା କାଣ୍ଡ) ଓ କିଡନୀ ସମସ୍ୟାରେ ଗୁରୁତର ଭାବେ ଅସୁସ୍ଥ। ଏପରିକି ସେ ବିଛଣାରୁ ଉଠି ପାରୁ ନ ଥିବା ଗୁଇନ୍ଦା ସୂଚନା ମିଳିଛି। ସେ ପାକିସ୍ତାନର ରାଓଲପିଣ୍ଡିଠାରେ ଥିବା ଏକ ମିଲିଟାରିି ହସ୍‌ପିଟାଲରେ ଚିକିିତ୍ସିତ ହେଉଛି। ଜଣେ ପ୍ରଚଣ୍ଡ ଇସଲାମିକ ମୌଳବାଦୀ ଭାବେ ପରିଚିତ ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ମୁଖ୍ୟ ମାସୁଦ ଆଜ୍‌ହାର ୨୦୦୧ ସଂସଦ ଆକ୍ରମଣ, ୨୦୦୫ ଅଯୋଧ୍ୟା ଆକ୍ରମଣ, ୨୦୧୬ ପଠାଣିକୋଟ ଏୟାରବେସ୍‌ ଆକ୍ରମଣ ସହିତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ ଯେ ଭାରତର ସୁରକ୍ଷାବଳଙ୍କ ଦ୍ୱାରା ଗିରଫ ହୋଇ ଭାରତରେ ଜେଲରେ ଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ମୁଖ୍ୟ ମାସୁଦ ଆଜ୍‌ହାରଙ୍କୁ ମୁକ୍ତ କରିବା ପାଇଁ ୧୯୯୯ ମସିହାରେ କାନ୍ଧାହାର ବିମାନ ଅପହରଣ କରାଯାଇଥିଲା।ସେତେବେଳେ ଏହି ବିମାନ ଅପହରଣ କାର୍ଯ୍ୟକୁ ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ମୁଖ୍ୟ ମାସୁଦ ଆଜ୍‌ହାରର ଭାଇ ଅଥାର ଇବ୍ରାହିମ କରିଥିଲା।

ସମ୍ବନ୍ଧିତ ଖବର