‘ପୁଲିସ ଅଙ୍କଲ, ମୋର ବାପା ମୋତେ ସ୍କୁଲ ଯିବାକୁ ଦେଉ ନାହାନ୍ତି’ ଏପରି କଥା କିଏ ଓ କାହିଁକି କହିଲା ଜାଣନ୍ତୁ

ମଥୁରା: ଉତ୍ତରପ୍ରଦେଶ ମଥୁରାରେ ଦୁଇଜଣ ପିଲା ନିଜ ମାଆ ସହିତ ପୁଲିସ ଷ୍ଟେସନ୍‌ରେ ବୁଧବାର ପହଞ୍ଚି ବାପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ପିଲାଙ୍କ କହିବାନୁସାରେ, ‘ତାଙ୍କ ବାପା ତାଙ୍କୁ ସ୍କୁଲ ଯିବାକୁ ଦେଉ ନାହାନ୍ତି। ୁ ଖଟିବାକୁ କହୁଛନ୍ତି। ସେମାନେ ଯେତେବେଳେ ପାଠପଢ଼ିବାକୁ ବସନ୍ତି ବାପା ତାଙ୍କଠାରୁ ବହିଖାତା ଛଡ଼ାଇ ନେବା ସହି ମାଡ ମଧ୍ୟ ମାରନ୍ତି।’

ଏସ୍‌ପି ସିଟି ପିଲାଙ୍କ କଥା ଶୁଣିବା ପରେ ତାଙ୍କୁ ଆଶ୍ୱସନା ଦେଇ କହିଥିଲେ, ‘ତୁମେ ଚିନ୍ତା କରନାହିଁ। ତୁମ ବାପାଙ୍କୁ ମୁଁ ବୁଝାଇ ଦେବି। ସେ ତୁମକୁ ପାଠ ପଢ଼ିବାକୁ ଦେବେ।’

ବୁଧବାର ଗୋବିନ୍ଦ ନଗର ପୁଲିସ ଷ୍ଟେସନ୍‌ରେ ମାଆ ସହିତ ଦୁଇଜଣ ପିଲା ପହଞ୍ଚି ଥିଲେ। ପୁଲିସଙ୍କ କହିବାନୁସାରେ, ପିଲାଙ୍କ ପିତା ଦିଲଶାଦ୍‌ ନିଶାଗ୍ରସ୍ତ ରହିବା ସହିତ ଜୁଆ ମଧ୍ୟ ଖେଳି ଥାଏ। ତାଙ୍କ ପତ୍ନୀ ଏକ ଶାଢ଼ି ଫେକ୍‌ଟ୍ରିରେ କାମ କରିବା ସହିତ ପାଉଁଞ୍ଜି ବନାଇ ଥାଆନ୍ତି। ଏହି ଦମ୍ପତିଙ୍କ ସାତବର୍ଷର କନ୍ୟା ଓ ଆଠବର୍ଷର ପୁତ୍ର ସନ୍ତାନ ଅଛନ୍ତି। ତେବେ ପିଲାଙ୍କୁ ତାଙ୍କ ବାପା ପାଠ ପଢ଼ିବାକୁ ଦେଉନାହାନ୍ତି।

ପିଲାଙ୍କ ମାଆଙ୍କ କହିବାନୁସାରେ, ସେ ଦୁଇଥର ପିଲାଙ୍କ ପାଠପଢ଼ା ପାଇଁ ଫିସ୍‌ ଭରିବା ପାଇଁ ସ୍ୱାମୀ ଦିଲଶାଦ୍‌ଙ୍କୁ ଟଙ୍କା ଦେଇଥିଲେ କିନ୍ତୁ ସେ ସେହି ଟଙ୍କା ନେଇ ମଦନିଶା ଖାଇ ଦେଇଥିଲେ।

ସମ୍ବନ୍ଧିତ ଖବର