ଦୁଷ୍କର୍ମର ଶିକାର ହେବାରୁ ମହିଳାଙ୍କୁୁ ବଞ୍ଚାଇଲା କରୋନା ଭାଇରସ୍‌, ଡ଼ରି ପଳାଇଲା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଜଣେ ମହିଳା ଏହି ଭାଇରସର ନାଁ ନେଇ ନିଜକୁ ଦୁଷ୍କର୍ମର ଶିକାର ହେବାରୁ ବଞ୍ଚାଇ ପାରିଥିବା ଜଣା ପଡ଼ିଛି। ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ ଉଦ୍ୟମ କରିବା ପରେ ପୀଡ଼ିତା କାଶିବା ସହ କରୋନା ଭାଇରସର ଶିକାର ହୋଇଥିବା କଥା କହିଥିଲେ। ଏହା ସହ ସେ ଚୀନର ଉହାନ ସହରରୁ ଫେରିଥିବା କଥା ଜଣାଇବା ପରେ ଅଭିଯୁକ୍ତ ସଂକ୍ରମଣ ହେବା ଭୟରେ ସେଠାରୁ ଚାଲି ଯାଇଥିଲା। ଅଭିଯୁକ୍ତର ନାଁ ଜିଓ ବୋଲି ଜଣା ପଡ଼ିଥିବା ବେଳେ ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

indiatimes.com

ପୁଲିସର କହିବା ମୁତାବକ, ଘଟଣାଟି ଘଟିଥିଲା ଗତ ଶୁକ୍ରବାର। ପୀଡ଼ିତା ଉହାନଠାରୁ ୩ଘଣ୍ଟା ସମୟ ଲାଗୁଥିବା ଜିଙ୍ଗଶାନ ସହରରେ ରହୁଥିବା ବେଳେ ମଧ୍ୟରାତ୍ରିରେ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ତାଙ୍କ ଘରକୁ ପଶିଥିଲେ ଜିଓ। କିନ୍ତୁ ଆକ୍ରମଣ କରିବା ପୂର୍ବରୁ ପୀଡ଼ିତା କରୋନା ଭାଇରସର ଶିକାର ହୋଇଥିବା କଥା କହିବା ସହ ମୁଁ ଏବେ ଏବେ ଉହାନରୁ ଫେରିଛି। ଭାଇରସର ଶିକାର ହୋଇଯିବା ପରେ ଏବେ ମୋତେ ଘରେ ବନ୍ଦ କରି ରଖାଯାଇଛି ବୋଲି କହିଥିଲେ। ଏହା ସହ ଜୋରରେ କାଶିବା ଆରମ୍ଭ କରିଥିଲେ। ପୀଡ଼ିତାଙ୍କଠାରୁ ଏଭଳି କଥା ଶୁଣିବା ପରେ ସଂକ୍ରମଣ ଭୟରେ ସେଠାରୁ ଚାଲି ଯାଇଥିଲେ ଜିଓ। କିନ୍ତୁ ଯିବା ପୂର୍ବରୁ ପୀଡ଼ିତାଙ୍କ ଘରେ ଥିବା ଟଙ୍କା ସବୁ ଚୋରି କରି ନେଇଥିଲେ। ଅଭିଯୁକ୍ତ ଯିବା ପରେ ପୀଡ଼ିତା ପୁଲିସରେ ଜିଓ ବିରୋଧରେ ଏତଲା ଲେଖାଇବା ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ସମ୍ବନ୍ଧିତ ଖବର