ଭୁବନେଶ୍ୱର : ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲାର ନିର୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ସ୍ଥାନୀୟ ସ୍ୱତନ୍ତ୍ର ସିଜେଏମ୍(ସିବିଆଇ) ପ୍ରଶାନ୍ତ କୁମାର ମିଶ୍ର ୫ ବର୍ଷ ଜେଲଦଣ୍ଡ ଦେବା ସହିତ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଜଗବନ୍ଧୁ ପଣ୍ଡା ଗତ ୨୫ ତାରିଖରେ ସିବିଆଇ କୋର୍ଟରେ ହାଜର ହୋଇ ତାଙ୍କ ଦୋଷ ସ୍ୱୀକାର କରିଥିଲେ। ତାଙ୍କୁ ଆଇପିସିର ଧାରା ୪୦୬ରେ ୫ ବର୍ଷ ଜେଲଦଣ୍ଡ ସହିତ ୫,୦୦୦ ଟଙ୍କା ଜରିମାନା କରାଯାଇଥିବା ବେଳେ, ଧାରା ୪୦୯ରେ ୩ ବର୍ଷ ଓ ୫,୦୦୦ ଟଙ୍କା ଜରିମାନା କରାଯାଇଛି। ସେହିପରି ଧାରା ୧୨୦(ଖ)ରେ ୨ ବର୍ଷ ଏବଂ ଧାରା ୪୨୦ରେ ୧ ବର୍ଷ ଲେଖାଏଁ ଜେଲଦଣ୍ଡ ଦିଆଯାଇଛି। ଗତ ମେ ମାସ୫ ତାରିଖରେ ଜଗବନ୍ଧୁ ଜେଲ ଅଧୀକ୍ଷକଙ୍କ ମାଧ୍ୟମରେ ତାଙ୍କ ଦୋଷ ସ୍ୱୀକାରୋକ୍ତିନାମା କୋର୍ଟରେ ଦଖଲ କରିଥିଲେ। ଏହା ପୂର୍ବରୁ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲରେ ପ୍ରଦୀପ ସେଠୀ ଦୋଷ ସ୍ୱୀକାର କରି ଏବେ ଜେଲ୍ରେ ସଜା କାଟୁଛନ୍ତି।
ଅର୍ଥତତ୍ତ୍ୱ ଠକେଇ ମାମଲା : ନିର୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ୫ ବର୍ଷ ଜେଲ୍
/sambad/media/post_attachments/wp-content/uploads/2018/06/jail-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)