ପୁରୁଣା ଭୁବନେଶ୍ୱର: ରାଜଧାନୀର ଉପକଣ୍ଠରେ ଘଟିଛି ଅଭାବନୀୟ ଘଟଣା। ଏକ ଚାଓମିନ୍ ଫ୍ୟାକ୍ଟ୍ରିରେ ଜଣେ ଶିଶୁ ଶ୍ରମିକକୁ ନିର୍ଯାତନା ଦିଆଯାଇଛି। କାମ ନ କରିବାରୁ ମାଲିକ ପିଟି ପିଟି ତା’ ପିଠି ଫଟାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଶିଶୁଟି ରାସ୍ତା କଡ଼ରେ କାନ୍ଦୁଥିବା ବେଳେ ଖବର ପାଇ ଚାଇଲ୍ଡ ଲାଇନ୍ ଶିଶୁକୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହ ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସିରେ ଉପସ୍ଥାପନ କରିଛି। ମାମଲାର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରିପୋର୍ଟ ମଧ୍ୟ ତଲବ କରାଯାଇଛି। ଏୟାର ଫିଲ୍ଡ ଥାନାରେ ସମ୍ପୃକ୍ତ ଫ୍ୟାକ୍ଟ୍ରି ମାଲିକ ରାହୁଲ କୁମାର ନାମରେ ଅଭିଯୋଗ କରାଯାଇଛି। ପୁଲିସ ଉକ୍ତ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରି ରାହୁଲକୁ ଗିରଫ କରିଛି। ରାଜଧାନୀ ଉପକଣ୍ଠ ସୁନ୍ଦରପଦା ବୋତଣ୍ଡା ଗ୍ରାମରେ ଚାଓମିନ୍ ଫ୍ୟାକ୍ଟ୍ରି ରହିଛି। ଦୀର୍ଘ ଦିନ ହେବ ରାହୁଲ ଏହି ଶିଶୁକୁ ଶ୍ରମିକ ଭାବେ ନିୟୋଜିତ କରିଥିଲେ। ବିଭିନ୍ନ ସମୟରେ କଠିନ କାମ କରିପାରୁ ନ ଥିବାରୁ ଶିଶୁକୁ ନିର୍ଯାତନା ଦିଆଯାଉଥିଲା। ଗରିବ ପରିବାରର ହୋଇଥିବାରୁ ଶିଶୁଟି ଏଠାରେ କାମ କରୁଥିଲା। ଆଜି ମାଡ଼ ଖାଇବା ପରେ ଶିଶୁଟି ଅସୁସ୍ଥ ହୋଇ ପଡ଼ିବାରୁ କଥା ପଦାକୁ ଆସିଥିଲା।
ଶିଶୁ ଶ୍ରମିକକୁ ମାଡ଼, ଚାଓମିନ୍ ଫ୍ୟାକ୍ଟ୍ରି ମାଲିକ ଗିରଫ
/sambad/media/post_attachments/wp-content/uploads/2019/07/arrest-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)