ନିଜକୁ ଗୁଳି କରି ହତ୍ୟା କଲେ ମୁକେଶ ଅମ୍ବାନୀଙ୍କ ଘରେ ମୁତୟନ ଥିବା ସିଆଇଏସଏଫ୍ ଯବାନ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ବ୍ୟବସାୟୀ ଭାବେ ଜଣାଶୁଣା ମୁକେଶ ଅମ୍ବାନୀଙ୍କ ଘରେ ମୁତୟନ ଥିବା ଜଣେ ସିଆଇଏସଏଫ୍ ଯବାନ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆରେ ମୁତୟନ ଥିବା ସିଆଇଏସଏଫ୍ ଯବାନ ନିଜ ଉପରକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ବୁଧବାର ଏଭଳି ଘଟଣା ଘଟିଥିବା ବେଳେ ଆତ୍ମହତ୍ୟା ପଛର କାରଣ ସାମ୍ନାକୁ ଆସିପାରି ନାହିଁ।

The CISF jawan's post-mortem was underway on Thursday at JJ Hospital. (Picture for representation)
indiatoday.in

ତେବେ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ଅଣାଯିବା ପରେ ଘଟଣାଟି ସାମ୍ନାକୁ ଆସିଛି। ଗୁରୁବାର ମୁମ୍ବାଇର ଜେଜେ ହସ୍ପିଟାଲରେ ଯବାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ତେବେ ଆତ୍ମହତ୍ୟା ପଛର କୌଣସି ସଠିକ୍ କାରଣ ସାମ୍ନାକୁ ଆସି ନଥିବା ବେଳେ ଅମ୍ବାନୀ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।

ପୂର୍ବରୁ ନିଜ ବ୍ୟବସାୟକୁ ନେଇ ଚର୍ଚ୍ଚାରେ ରହୁଥିବା ଅମ୍ବାନୀ ପରିବାର ଆଜି ଏଭଳି ଏକ ଘଟଣା ପାଇଁ ଆଲୋଚନାର ବିଷୟ ପାଲଟିଛନ୍ତି।  ପେସାଦାର ଜୀବନ‌ରେ କିଛି ସମସ୍ୟା ଥିଲା କି ବ୍ୟକ୍ତିଗତ କାରଣରୁ ଯବାନ ଏଭଳି ପଦକ୍ଷେପ ନେଇଛନ୍ତି, ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର