ପ୍ରେମ ସ୍ୱୀକାର ନକରିବାରୁ ମଡେଲଙ୍କୁ ପଣବନ୍ଦୀ କରି ରଖିଲେ ପାଗଳପ୍ରେମୀ; ମଡେଲ୍‌ ସହ ପରିବାର ଲୋକଙ୍କୁ ଘରେ ପୂରାଇ ପକାଇଲେ ତାଲା

ଭୋପାଳ: ଭୋପଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପ୍ରେମିକା ପ୍ରେମର ନାଁ ଦେଇ ନିଜ ଆପାର୍ଟମେଣ୍ଟ୍‌ ମଧ୍ୟରେ ଜଣେ ମଡେଲ୍‌ଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଯୁବକ ଜଣକ କହିଛନ୍ତି ଯେ ଯଦି ଯୁବତୀ ଜଣକ ତାଙ୍କୁ ପ୍ରେମ କରନ୍ତି ବୋଲି ସ୍ୱୀକାର କରିବେ ତେବେ ଯାଇ ତାଙ୍କୁ ସେ ମୁକ୍ତ କରିବେ।

ଜାଣିବାକୁ ମିଳିିଛି ଯେ ଏହି ମଡେଲ୍‌ ଜଣକ ଦୁଇ ମାସ ତଳେ ଯେତେବେଳେ ମୁମ୍ବାଇରୁ ଭୋପାଳ ଆସିଥିଲେ ସେଠାରେ ସେ ଅଭିଯୁକ୍ତଙ୍କୁ ଜାଣିଥିଲେ। ଅଭିଯୁକ୍ତ ରୋହିତ ମହିଳାଙ୍କୁ ଲଗାତର ଫୋନ୍‌ କରି ବିବ୍ରତ କରାଉଥିଲେ। ଯୁବତୀ ଜଣକ ଯେତେବେଳେ ତାଙ୍କ ଫୋନ୍‌ର ଜବାବ ଦେବା ବନ୍ଦ କରିଦେଲେ ସେ ଯାଇ ସିଧା ଶୁକ୍ରବାର ସକାଳେ ଯୁବତୀଙ୍କ ଘରେ ପହଞ୍ଚିଲେ। ସେଠାରେ ପହଞ୍ଚି ସେ ଯୁବତୀଙ୍କୁ ଏକ ଘରେ ପୂରାଇ ତାଲା ପାକାଇଦେଲେ।

ଜାଣିବାକୁ ମିଳିଛି ଯେ ମହିଳାଙ୍କ ବାପାମାଆ ବି ସେହି ତାଲା ପକା ଘରେ ଅଛନ୍ତି। ସେମାନେ ବି ୫ ତାଲା ବିଶିଷ୍ଟ ଉକ୍ତ ଫ୍ଲାଟ୍‌ରେ ବନ୍ଦ ହୋଇ ରହିଥିଲେ। ଯୁବକ ଜଣକ ନିଜ ଶରୀରର ବିଭିନ୍ନ ଅଙ୍ଗକୁ କାଟିବା ପରେ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି।

ଯୁବକଙ୍କୁ ଏପରି ଭାବେ ମଡେଲ୍‌ ଓ ତାଙ୍କ ପରିବାର ଲୋକଙ୍କୁ ପଣବନ୍ଦୀ କରି ରଖିବା ପଛର ଉଦେଶ୍ୟ ପଚାରିବାରୁ ସେ କହନ୍ତି, ‘ମୁଁ ଭୋପାଳ ଆସିବା ପୂର୍ବରୁ ମୋ ନାମରେ ପୁଲିସ୍‌ରେ ଏକ ଅଭିଯୋଗ ଦାୟର ହୋଇ ସାରିଥିଲା। ପୁଲିସ୍‌ମାନେ ମୋତେ ବହୁ ପ୍ରକାର ହଇରାଣ କରୁଥିଲେ। ଫଳରେ ବାଧ୍ୟ ହୋଇ ମୁଁ ଏପରି କାର୍ଯ୍ୟ କରିଛି।’

ସମ୍ବନ୍ଧିତ ଖବର