ନିଶମୋଡ଼ା ଘଟଣାରୁ ପାଟନାରେ ସଂଘର୍ଷ; ୧୧ ଆହତ

ପାଲନପୁର: ଜଣେ ଯୁବକଙ୍କ ନିଶମୋଡ଼ା ଘଟଣା ଯୋଗୁଁ ଗୁରୁବାର ଦିନ ପାଟନାର ସାମି ତାଲୁକ ଅନ୍ତର୍ଗତ ନାୟକ ଗାଁ’ରେ ଦୁଇ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ୧୧ ଜଣ ଲୋକ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରେ ବଜେସିଂହ ରାଠୋର ନାମକ ଜଣେ ବ୍ୟକ୍ତିଙ୍କର ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ମେହସାନ୍‌ସା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଚିକିତ୍ସା ପାଇଁ ଆଉ ଆଠ ଜଣଙ୍କୁ ପାଟଣାର ଏକ ଘରୋଇ ଡାକ୍ତରଖାନାରେ ଦାଖଲ କରାଯାଇଛି।

ଗୁରୁବାର ଅପରାହ୍ଣରେ ଦରବାର ସମ୍ପ୍ରଦାୟର ଜଣେ ଲୋକ ଗାଁ ଭିତର ଦେଇ ନିଶ ମୋଡ଼ି ମୋଡ଼ି ଯିବାରୁ ଘଟଣା ଘଟିଥିଲା।

ନାଦୋଦା (ପଟିଦାର) ସମ୍ପ୍ରଦାୟର କିଛି ଲୋକ ଯୁବକଙ୍କ ଏ ଆଚରଣକୁ ବିରୋଧ କରିବାରୁ ଗାଁ’ରେ ଉତ୍ତେଜନା ଦେଖା ଦେଇଥିଲା। ମୁହୂର୍ତ୍ତକ ମଧ୍ୟରେ ନାଦୋଦା ଓ ଦରବାର ସମ୍ପ୍ରଦାୟ ଲୋକେ ଠେଙ୍ଗାବାଡ଼ି, ଧାତବ ପାଇପ ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିବାରୁ ଗାଁ ରଣକ୍ଷେତ୍ର ପାଲଟି ଯାଇଥିଲା।

ଅଧିକ ଫୋର୍ସ ନେଇ ପୁଲିସ ତୁରନ୍ତ ଉକ୍ତ ଗାଁ’ରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଗାଁ ପାଲଟି ଯାଇଥିଲା ପୁଲିସମାନଙ୍କ ଛାଉଣୀ।

ସମ୍ବନ୍ଧିତ ଖବର