ପାଣି ପାଇଁ ଯାଇଥିବା ସମୟରେ ନାବାଳିକାଙ୍କୁ ଅପହରଣ କରି ଜଙ୍ଗଲରେ ନେଇ ଦୁଷ୍କର୍ମ କରିଥିଲେ ୩ ଜଣ ଯୁବକ

ଝାଡଖଣ୍ଡ: ଝାଡ଼ଖଣ୍ଡରେ ଜଣେ ୮ମ ଶ୍ରେଣୀ ଛାତ୍ରୀକୁ ବନ୍ଧୁକ ମୁନରେ ତିନିଜଣ ଯୁବକ ଦୁଇଦିନ ଧରି ଦୁଷ୍କର୍ମ କରିଥିବା କଥା ଶନିବାର ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ପୁଲିସ ତିନିଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ପୀଡିତାଙ୍କ କହିବାନୁସାରେ, ମାର୍ଚ୍ଚ ୩୧ ତାରିଖ ଦିନ ପାଖ ଗାଁକୁ ପାଣି ପାଇଁ ଯାଇଥିବା ସମୟରେ ତିନିଜଣ ଯୁବକ ବାଇକରେ ଆସି ବନ୍ଧୁକମୁନରେ ମୁହଁରେ କପଡ଼ା ବାନ୍ଧି ମୋତେ ଅପହରଣ କରି ପାଖ ଜଙ୍ଗଲକୁ ନେଇ ଯାଇଥିଲେ। ତିନିଜଣ ଯୁବକ ରାତି ସାରା ମୋ ସହିତ ସେଠାରେ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ଗାଁରେ ଛାଡ଼ିବା ପୂର୍ବରୁ ମଧ୍ୟ ଦୁଷ୍କର୍ମ କରି ଛାଡ଼ିଥିଲେ। ଏବଂ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ହତ୍ୟା କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ୧୩ଦିନ ଚୁପ୍‌ ରହିବା ପରେ କଷ୍ଟକୁ ଆଉ ସହ୍ୟ କରି ନପାରି ଶୁକ୍ରବାର ପରିବାର ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲି।

ସମ୍ବନ୍ଧିତ ଖବର