ଜୟପୁର: ଜୟପୁରର ଅମ୍ବରଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ପ୍ରେମିକା ପାଠ ପଢ଼ିବା ପାଇଁ ବିବାହ କରିବାକୁ ମନା କରି ଦେବାରୁ ପ୍ରେମିକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ବୁଧବାର ସଂଧ୍ୟାରେ ୧୮ ବର୍ଷିଅ ନାବାଳକ ଓ ତାଙ୍କ ପ୍ରେମିକା ଏକ ହୋଟେଲ୍ ଭିତରକୁ ଯାଇଥିଲେ। ସେଠାରେ ଦୁହେଁ ଦୁହିଁଙ୍କ ଭବିଷ୍ୟତ ଓ ସଂପର୍କ ବିଷୟରେ କଥା ହେବା ଆରମ୍ଭ କଲେ। ଏହି କଥାବାର୍ତ୍ତା ହେବା ସମୟରେ ଝିଅଟି ବର୍ତ୍ତମାନ ପରିସ୍ଥିତିରେ ନିଜ ପାଠ ପଢ଼ା ଉପରେ ଧ୍ୟାନ ଦେବା କଥା କହିଥିବା ବେଳେ ପୁଅଟି ଖୁବ୍ ଶୀଘ୍ର ନିଜ ପ୍ରେମିକା ସହ ବିବାହ କରିବାକୁ ଇଚ୍ଛା ପ୍ରକଟ କରିଥିଲା। ପୁଅରୁ କଥାକୁ କାଟି ଝିଅଟି ଗାଧୁଆଘରକୁ ଚାଲିଗଲା।
ଝିଅଟି ଗାଧୁଆଘର ଭିତରକୁ ଯିବା ବେଳେ ପୁଅ ଜଣ ହୋଟେଲ୍ ରୁମ୍ର ଖଟ ଉପରେ ବସିଥିଲା। କିଛି ସମୟ ପରେ ଝିଅଟି ଫେରି କି ଦେଖେ ତ ୧୮ ବର୍ଷିଅ ଏହି ଯୁବକୁ ନିଜକୁ ଫ୍ୟାନ୍ରେ ଟାଙ୍ଗି ଆତ୍ମହତ୍ୟା କରିଛି। ଝିଅଟି ତୁରନ୍ତ ଯାଇ ହୋଟେଲ୍ କର୍ମଚାରୀଙ୍କୁ ସୂଚୀତ କରାଇଥିଲା। ଫଳରେ ସେମାନେ ସମସ୍ତେ ମିଶି ପୁଅଟିକୁ ହସ୍ପିଟାଲ୍ ନେଇ ଯାଇଥିଲେ ବି ବଞ୍ଚାଇ ପାରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/download-1-16.jpg)